fbpx

‘ପିଲାଙ୍କ ପାଠପଢାରେ ଲାଗିବ ନାହିଁ ଲକଡାଉନ୍’; କରୋନା ପଜିଟିଭ ହୋଇ ମଧ୍ୟ ପିଲାଙ୍କୁ ସାହାଯ୍ୟ କଲେ ସୋନୁ

ମୁମ୍ବାଇ ୧୯ ।୪ (ଓଡିଶା ଭାସ୍କର) : କରୋନାରେ ସଂକ୍ରମିତ ହୋଇ ମଧ୍ୟ ଲୋକମାନଙ୍କୁ ସାହାଯ୍ୟ କରିବା ବନ୍ଦ କରି ନାହାନ୍ତି ସୋନୁ ସୁଦ୍ । ଏହା ମଧ୍ୟରେ କରୋନା ଯୋଗୁ ରାଜ୍ୟରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଯାହାଫଳରେ ପିଲାମାନଙ୍କ ପାଠପଢା ବଧାପ୍ରାପ୍ତ ହେଉଛି । ଏହାର ସମାଧାନ ପାଇଁ ସୋନୁ ଆବଶ୍ୟକ ପିଲାମାନଙ୍କୁ ମୋବାଇଲ ଫୋନ ଦେଉଛନ୍ତି । ସୂଚନା ଅନୁସାରେ ସୋନୁ ସୋସିଆଲ୍ ମିଡିଆରେ ସବୁବେଳେ ଆକ୍ଟଭି ରୁହନ୍ତି । କରୋନା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ଅନଲାଇନରେ ପାଠପଢା ଯାଉଛି । ପିଲାଙ୍କ ପାଠପଢାକୁ ନେଇ ସେ ଏକ ଟ୍ୱିଟ କରି କହିଛିନ୍ତି ‘ପିଲାଙ୍କ ପାଠପଢା ଉପରେ ଲକଡାଉନ୍ ଲଗେଇବାକୁ ଦେବୁ ନାହିଁ ।’ ଏହାସହ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ସୋନୁ । ଭିଡିଓରେ ସୋନୁ ସୁସ୍ ଫାଉଣ୍ଡେସନ୍ ପକ୍ଷରୁ ଆବଶ୍ୟକୀୟ ପିଲାମାନଙ୍କୁ ମୋବାଇଲ୍ ଫୋନ୍ ଦିଆଯାଉଛି । ଫୋନ ପାଇ ପିଲାମାନେ ଖୁସିଥିବା ବେଳେ ସେମାନଙ୍କ ଅନଲାଇନ୍ କ୍ଲାସ୍ ବନ୍ଦ ହେବ ନାହିଁ ଏବଂ ପିଲାମାନେ ଭଲ ପାଠପଢି ପାରିବେ । ଖବର ଅନୁସାରେ ଗତକାଲି ବଲିଉଡ୍ ଅଭିନେତା ସୋନୁ ସୁଦ୍ କରୋନା ପଜିଟିଭ ଚିହ୍ନଟ ହୋଇ ଚିକିତ୍ସତ ହେଉଛନ୍ତି ।

Get real time updates directly on you device, subscribe now.