fbpx

ପେଟ୍ରୋଲ, ଡିଜେଲ ଏବଂ ATF ରପ୍ତାନି ଉପରେ ଟିକସ ବୃଦ୍ଧି କଲେ କେନ୍ଦ୍ର ସରକାର, ଜାଣନ୍ତୁ ସାଧାରଣ ଲୋକଙ୍କ ଉପରେ କ’ଣ ରହିବ ଏହାର ପ୍ରଭାବ ?

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ପୁଣି ମହଙ୍ଗା ହେବାକୁ ଯାଉଛି ପେଟ୍ରୋଲ-ଡିଜେଲ ଏବଂ ATF ଉପରେ ଏକ୍ସସାଇଜ ଡ୍ୟୁଟି ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ପେଟ୍ରୋଲ ଏବଂ ATF ଉପରେ ସରକାର ଲିଟର ପିଛା ୬ ଟଙ୍କା ବୃଦ୍ଧି କରିଛନ୍ତି। ଏଥି ସହିତ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୧୩ ଟଙ୍କା ବୃଦ୍ଧି କରାଯାଇଛି। ଏହା ବ୍ୟତୀତ ସରକାର ଘରୋଇ ଅଶୋଧିତ ତେଲ ଉପରେ ଟନ୍ ପିଛା ୨୩,୨୩୦ ଟଙ୍କା ଟିକସ ଘୋଷଣା କରିଛନ୍ତି।

ପେଟ୍ରୋଲ ଏବଂ ଡିଜେଲ ଉପରେ ଏକ୍ସାଇଜ୍ ଡ୍ୟୁଟି ବୃଦ୍ଧି କରିବାକୁ ନିଷ୍ପତ୍ତି ଉପରେ ଅର୍ଥ ମନ୍ତ୍ରଣାଳୟର ଅଧିକାରୀମାନେ କହିଛନ୍ତି ଯେ ପେଟ୍ରୋଲ ଏବଂ ଡିଜେଲର ରପ୍ତାନି ଏକ୍ସାଇଜ୍ ଡ୍ୟୁଟି ବୃଦ୍ଧି କରାଯାଇଛି, ଏହା ସାଧାରଣ ଗ୍ରାହକଙ୍କ ଉପରେ କୌଣସି ଅତିରିକ୍ତ ବୋଝ ବୃଦ୍ଧି କରିବ ନାହିଁ। ବରଂ, ଏହି ନିଷ୍ପତ୍ତି ସହିତ, ଏହି ଜିନିଷଗୁଡ଼ିକର ଉପଲବ୍ଧତା ଦେଶରେ ରହିବ। କମ୍ପାନୀଗୁଡିକ କିଛି ସମୟ ପାଇଁ ଅଧିକ ରପ୍ତାନି କରୁଥିବାରୁ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ରପ୍ତାନି ହେତୁ ଘରୋଇ ବଜାରରେ ତୈଳ ହ୍ରାସ ପାଉଥିଲା। ଏହି କାରଣରୁ ମୂଲ୍ୟ ମଧ୍ୟ ବଢ଼ୁଥିଲା। ବର୍ତ୍ତମାନ ସରକାରଙ୍କ ଏହି ନିଷ୍ପତ୍ତି ମୂଲ୍ୟ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ, ସାଧାରଣ ଜନତା ଏହାର ଲାଭ ପାଇବେ।

ଆନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟ ବୃଦ୍ଧି ପରେ ଉତ୍ପାଦକମାନଙ୍କ ଅପ୍ରତ୍ୟାଶିତ ଲାଭକୁ ନିୟନଟରନା କରିବା ପାଇଁ ଘରୋଇ ଉତ୍ପାଦିତ ଅଶୋଧିତ ତୈଳ ଉପରେ ଟନ୍ ପିଛା 23,230 ଟଙ୍କା ଅତିରିକ୍ତ ଟିକସ ଆଦାୟ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ବାବଦରେ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଭାରତୀୟ ତୈଳ ବିଶୋଧନକାରୀମାନେ ୟୁରୋପ ଏବଂ ଆମେରିକା ଭଳି ବଜାରକୁ ଇନ୍ଧନ ରପ୍ତାନିରୁ ବିପୁଳ ଲାଭ କରୁଛନ୍ତି। ଏଭଳି ପରିସ୍ଥିତିରେ ସରକାର ଘରୋଇ ଉତ୍ପାଦିତ ଅଶୋଧିତ ତୈଳ ରପ୍ତାନି ଉପରେ ଟିକସ ପିଛା 23, 230 ଟଙ୍କାକୁ ବୃଦ୍ଧି କରିଛନ୍ତି।

 

Get real time updates directly on you device, subscribe now.