fbpx

ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଅପଡେଟ ନେଲେ ମୋଦୀ: ଯଥାସମ୍ଭବ ସାହାଯ୍ୟ ପାଇଁ ଦେଲେ ପ୍ରତିଶ୍ରୁତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିବା ଲୋକପ୍ରିୟ କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ପତ୍ନୀ ଶିଖାଙ୍କ ସହ ଫୋନରେ କଥା ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଅପେଡଟ ନେଇଛନ୍ତି ଓ ଶ୍ରୀଘ୍ର ଅରୋଗ୍ୟ ହେବାର କାମନା କରିଛନ୍ତି । ରାଜୁଙ୍କ ଚିକିତ୍ସାରେ ଯଥାସମ୍ଭବ ସାହାଯ୍ୟ କରିବାକୁ ପିଏମ ମୋଦୀ ଭରଷା ଆଶ୍ୱାସନା ଦେଇଛନ୍ତି । ତେବେ ରାଜୁ ଶ୍ରୀବାସ୍ତବ ବୁଧବାର ଦିନ ଜିମର ଟ୍ରାଡମିଲରେ ଦୌଡ଼ୁଥିବା ବେଳେ ହାର୍ଟ ଆଟାକର ଶିକାର ହୋଇଥିଲା । ସେ ଦିଲ୍ଲୀରେ ରହୁଥିବା ଏକ ହୋଟେଲରେ ୱାର୍କ ଆଉଟ୍ କରୁଥିବା ସମୟରେ ଏହଭଳି ଅଘଟଣା ଘଟିଥିଲା । ତାଙ୍କୁ ତୁରନ୍ତ ଦିଲ୍ଲୀ ଏମ୍ସକୁ ନିଆଯାଇଥିଲା । ଚିକିତ୍ସା ପରେ ପ୍ରଥମ ୪୮ ଘଣ୍ଟା ପାଇଁ ରାଜୁ ଶ୍ରୀବାସ୍ତବ ହୋସକୁ ଆସିନଥିଲେ ।

ଏହାରି ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଏକ ଆରାମ ଦାୟକ ଖବର ଆସିଛି । ଗତ ଦୁଇ ଦିନ ହେବ ତାଙ୍କ ଅବସ୍ଥାରେ କୌଣସି ସୁଧାର ହୋଇନଥିଲା, କିନ୍ତୁ ତୃତୀୟ ଦିନରେ ତାଙ୍କ ଶରୀର ରେସପଣ୍ଡ କରିବା ଆରମ୍ଭ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜୁଙ୍କ ପତ୍ନୀଙ୍କ ସହ ଗୁରୁବାର ରାତି ପ୍ରାୟ ୧୦ ଟା ସମୟରେ ଅଭିନେତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ରାଜୁଙ୍କ ସ୍ୱାସ୍ଥ୍ୟ ଉପରେ ଲଗାତାର ନଜର ରଖିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏଆଇଏମଏସର ଡାକ୍ତରଙ୍କ ସହ କଥା ହୋଇ ସମଗ୍ର ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି ।

ତେବେ ଗଜୋଧର ନାମରେ ଜଣାଶୁଣା ରାଜୁ ଶ୍ରୀବାସ୍ତବ ମଧ୍ୟ ଜଣେ ବିଜେପି ନେତା । ସେ ବର୍ତ୍ତମାନ ଉତ୍ତରପ୍ରଦେଶ ଚଳଚ୍ଚିତ୍ର ବିକାଶ ପରିଷଦର ସଭାପତି ଅଛନ୍ତି । ଏହି କଷ୍ଟ ସମୟରେ ରାଜୁଙ୍କ ପରିବାରକୁ ସମ୍ପୂର୍ଣ୍ଣ ସହାୟତା କରିବାକୁ ସିଏମ୍ ଯୋଗୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଡାକ୍ତରଙ୍କ ଅନୁଯାୟୀ ରାଜୁଙ୍କ ଶରୀରର ରେସପଣ୍ଡ ଏକ ଭଲ ସଙ୍କେତ । ତେବେ ରାଜୁ ଶ୍ରୀବାସ୍ତବଙ୍କ ବ୍ରେନ୍ ସପୋର୍ଟ କରୁନଥିବାରୁ ତାଙ୍କୁ ଏବେ ନ୍ୟୁରୋଲୋଜି ବିଭାଗର ଟିମଙ୍କ ତତ୍ତ୍ୱାବଧାନରେ ରଖାଯାଇଛି ।

 

Get real time updates directly on you device, subscribe now.