fbpx

ରାତି ୮ଟାରେ ମୋଦୀଙ୍କର ସମୀକ୍ଷା

ନୁଆଦିଲ୍ଲୀ, ୧୭ ।୪ (ଓଡିଶା ଭାସ୍କର) : ଦେଶରେ କରୋନା ସ୍ଥିତି ବିଗିଡିବାରେ ଲାଗିଛି । ତେଣୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାତି ୮ଟାରେ କରୋନା ସ୍ଥିତି ସମୀକ୍ଷା କରିବେ । ଏଥିରେ ସେ ରାଜ୍ୟ ଗୁଡିକର ବିଭିନ୍ନ ଗୁରୁତ୍ୱପୁର୍ଣ୍ଣ ବିଭାଗର ଅଧିକାରୀ ମାନଙ୍କ ସହ ଆଲୋଚନା କରିବେ । ପ୍ରଧାନମନ୍ତ୍ରୀ ଦେଶରେ ଚାଲିଥିବା ଟିକାକରଣ ଏବଂ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ବର୍ତ୍ତମାନ ହେଉଥିବା ଅକ୍ସିଜେନର ଅଭାବ ପ୍ରସଙ୍ଗରେ ସମୀକ୍ଷା କରିପାରନ୍ତି । ନିକଟରେ ସେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଭର୍ଚୁଆଲ ଆଲୋଚନା କରିଥିଲେ । ସୁଚନାଯୋଗ୍ୟ, ଦେଶରେ ଅକ୍ସିଜେନ୍ ର ଅଭାବ ହେଉଥିବାରୁ ଦେଶ ବାହାରୁ ଏହାକୁ ଆଣିବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଥିଲେ । ଏଥିରେ ୫୦ହଜାର ଟନ୍ ର ଅକ୍ସିଜେନ୍ ଭାରତକୁ ଆସିବ ବୋଲି ସୁଚନା ମିଳିଛି ।

Get real time updates directly on you device, subscribe now.