fbpx

ORHDC ଦୁର୍ନୀତି ମାମଲା: ବିଧାୟକ ମହମ୍ମଦ ମୋକିମ ଓ IAS ବିନୋଦଙ୍କୁ ଜେଲ୍

କଟକ: ଓଆରଏଚଡିସି ଦୁର୍ନୀତି ମାମଲାରେ ଆଜି ଶୁଣାଣି କରିଛନ୍ତି ଭିଜିଲାନ୍ସ କୋର୍ଟ । ଏହି ମାମଲାରେ କଂଗ୍ରେସ ବିଧାୟକ ତଥା ମେଟ୍ରୋ ବିଲଡର୍ସ ଏମଡି ମହମ୍ମଦ ମୋକିମଙ୍କୁ ୩ ବର୍ଷର ଜେଲ ଦଣ୍ଡାଦେଶ ମିଳିଛି । ଏହା ସହିତ ପୂର୍ବତନ ଆଇଏଏସ ବିନୋଦ ମୁକାରଙ୍କୁ ମଧ୍ୟ ଜେଲ ଦଣ୍ଡାଦେଶର ଶୁଣାଣି ହୋଇଛି । ଓଆରଏଚଡିସି ଦୁର୍ନୀତି ମାମଲାରେ ଏହି ଶୁଣାଣି କରିଛନ୍ତି ଭିଜିଲାନ୍ସ କୋର୍ଟ ।

ଏହି ମାମଲାରେ କମ୍ପାନୀ ସେକ୍ରେଟାରୀ ସ୍ୱସ୍ତିରଞ୍ଜନ ମହାନ୍ତିଙ୍କୁ ମଧ୍ୟ ୩ ବର୍ଷର ଜେଲ ଦଣ୍ଡ ମିଳିଛି । ସେହିପରି ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ମଧ୍ୟ ୩ ବର୍ଷ ଜେଲ ଦଣ୍ଡାଦେଶର ଆଦେଶ ଦିଆଯାଇଛି । ସମସ୍ତ ୪ ଜଣଙ୍କୁ ଜେଲ ସହ ୫୦ ହଜାର ଲେଖାଏଁ ଜରିମାନା ଦେବାକୁ ଆଦେଶ ଦିଆଯାଇଛି । ଅନୁଚିତ ଅନୁଗ୍ରହ ଦେଖାଇ ଋଣ ଦେବା ମାମଲାରେ ଏହି ଦଣ୍ଡାଦେଶ ଦିଆଯାଇଛି । ଓଆରଏଚଡିସି ଅଧ୍ୟକ୍ଷ ଥିବା ବେଳେ ଋଣ ଦେଇଥିଲେ ବିନୋଦ କୁମାର । ମେଟ୍ରୋ ବିଲଡର୍ସକୁ ୧୫୦ ଲକ୍ଷ ଟଙ୍କାର ଋଣ ଦେଇଥିଲା ଓଆରଏଚଡିସି ।

Get real time updates directly on you device, subscribe now.