ଟେଷ୍ଟ ସିରିଜ୍ ଭିତରେ ଭାରତୀୟ ଟିମକୁ ଲାଗିଲା ଜୋରଦାର ଝଟକା, ଅବସର ନେଲେ ଏହି ଷ୍ଟାର୍ ଖେଳାଳି, ଖେଳିବେନି IPL
ଅବସର ନେଲେ ଏହି ଷ୍ଟାର୍ ଖେଳାଳି, ଖେଳିବେନି IPL
Mohit Sharma: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଛି ଦିନିକିଆ ସିରିଜ୍ । ପ୍ରଥମ ମ୍ୟାଚ୍ରେ ଭାରତ ଜିତିଥିବା ବେଳେ ୨ୟ ମୁକାବିଲାରେ ରୋମାଞ୍ଚକର ବିଜୟ ହାସଲ କରିଥିଲା ଦକ୍ଷିଣ ଆଫ୍ରିକା । ସିରିଜ୍ ଏବେ ୧-୧ରେ ବରାବର ରହିଛି ।
ଆସନ୍ତା ଡିସେମ୍ବର ୬ ତାରିଖ ଶନିବାର ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳାଯିବ । ଯାହାକି ଉଭୟ ଦଳ ପାଇଁ କର ବା ମର ରହିଛି । ପ୍ରଥମ ଦୁଇଟି ଯାକ ମୁକାବିଲା ହାଇ ସ୍କୋରିଂ ରହିଥିବା ବେଳେ ୩ୟ ମ୍ୟାଚ୍ ବି ସେହିଭଳି ହେବା ନେଇ ଆଶା କରାଯାଉଛି ।
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜ୍ ଚାଲିଥିବା ବେଳେ ଏପଟେ ଜଣେ ଷ୍ଟାର ଭାରତୀୟ ଖେଳାଳି କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ଏକଦା ଟିମ୍ ଇଣ୍ଡିଆରେ ନିଜର ଦବଦବା ଦେଖାଇଥିବା ଭେଟେରାନ୍ ବୋଲର ମୋହିତ ଶର୍ମା କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ।
ଦୀର୍ଘ ୧୪ ବର୍ଷର କ୍ରିକେଟ କ୍ୟାରିୟରକୁ ବାଏ ବାଏ କହିଛନ୍ତି ମୋହିତ । ୧୨୦ଟି ଆଇପିଏଲ ମ୍ୟାଚ, ୨୬ଟି ODI ଏବଂ ୮ଟି ଟି-୨୦ ଅନ୍ତର୍ଜାତୀୟ ଖେଳିଥିବା ଦ୍ରୁତ ବୋଲର ମୋହିତ ଶର୍ମା ହଠାତ୍ ଅବସର ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।
୩୭ ବର୍ଷୀୟ ଏହି ଦ୍ରୁତ ବୋଲର ଶେଷ ଥର ପାଇଁ ଦେଶ ପାଇଁ ୧୦ ବର୍ଷ ପୂର୍ବେ ୨୦୧୫ରେ ଖେଳିଥିଲେ। IPLରେ ୧୩୪ଟି ଉଇକେଟ୍ ନେଇଥିବା ମୋହିତ ଶର୍ମା ODIରେ ୩୧ଟି ଏବଂ ଟି-୨୦ ଅନ୍ତର୍ଜାତୀୟରେ ୬ଟି ଉଇକେଟ୍ ନେଇଥିଲେ।
ମୋହିତ ଶର୍ମା ସୋସିଆଲ ମିଡିଆରେ ତାଙ୍କର ଅବସର ଘୋଷଣା କରିଛନ୍ତି। ସେ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, ଆଜି ମୁଁ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରୁଛି। ସେ ହରିଆଣା ପାଇଁ ହେଉ କି ଦେଶ ପାଇଁ କିମ୍ବା IPL ପାଇଁ ହେଉ ଏହି ଯାତ୍ରା ମୋ ପାଇଁ ଏକ ଆଶୀର୍ବାଦ ହୋଇଛି। ମୋ କ୍ୟାରିୟରର ମେରୁଦଣ୍ଡ ହୋଇଥିବାରୁ ହରିୟାଣା କ୍ରିକେଟ ଆସୋସିଏଶନକୁ ବହୁତ ବହୁତ ଧନ୍ୟବାଦ। ମୁଁ ଅନିରୁଦ୍ଧ ସାର୍ଙ୍କୁ ମଧ୍ୟ ହୃଦୟରୁ ଧନ୍ୟବାଦ ଜଣାଉଛି। ସେ ମୋ ପାଇଁ ଯାହା କରିଛନ୍ତି ତାହା ଶବ୍ଦରେ ପ୍ରକାଶ କରାଯାଇପାରିବ ନାହିଁ।
