ହୋଇଗଲା ଫାଇନାଲ୍, ଏସିଆନ୍ ଗେମ୍ସ ଭାରତ-ପାକିସ୍ତାନ ଫାଇନାଲ୍ ମ୍ୟାଚକୁ ଆସିବେ ଟ୍ରଫି ଚୋର୍ ନକଭି

ଭାରତ-ପାକିସ୍ତାନ ଏସିଆନ୍ ଗେମ୍ସ ଫାଇନାଲ୍‌ରେ ରହିବେ କି ମୋହସିନ୍ ନକଭି, ACC କଲା ସ୍ପଷ୍ଟ

ନୂଆଦିଲ୍ଲୀ: ଆଇଚି-ନାଗୋୟା ଏସିଆନ୍ ଗେମ୍ସ ୨୦୨୬ରେ ସ୍ୱର୍ଣ୍ଣ ପଦକ ପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁଥିବା ହାଇ-ଭୋଲଟେଜ୍ ପୁରୁଷ କ୍ରିକେଟ୍ ଫାଇନାଲ୍ ମୁକାବିଲାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଆସନ୍ତାକାଲି କୋରୋଗୀ ସ୍ପୋର୍ଟସ୍ ପାର୍କ୍ ଷ୍ଟାଡିୟମରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ।

ତେବେ ଏହି ମହାମୁକାବିଲା ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ପୂର୍ବରୁ ଏସିଆନ୍ କ୍ରିକେଟ୍ କାଉନସିଲ୍ ଅଧ୍ୟକ୍ଷ ତଥା ପାକିସ୍ତାନ କ୍ରିକେଟ୍ ବୋର୍ଡର ମୁଖ୍ୟ ମୋହସିନ୍ ନକଭୀ ଏହି ମ୍ୟାଚ୍‌ରେ ଉପସ୍ଥିତ ରହିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଯାଇଛି ଯେ, ସେ ଏହି ଫାଇନାଲ୍ ମ୍ୟାଚ୍‌ରେ ଉପସ୍ଥିତ ରହିବେ ନାହିଁ।

ଏସିସିର ଅଫିସିଆଲ୍ ବୟାନ: ଏସିଆନ୍ କ୍ରିକେଟ୍ କାଉନସିଲ୍ ପକ୍ଷରୁ ସେମାନଙ୍କ ଅଫିସିଆଲ୍ ଏକ୍ସ ଆକାଉଣ୍ଟ୍‌ରେ ଏକ ବିବୃତି ଜାରି କରି କୁହାଯାଇଛି ଯେ, “ACC ଅଧ୍ୟକ୍ଷ ମୋହସିନ୍ ନକଭୀ ପୂର୍ବରୁ ନିର୍ଦ୍ଧାରିତ କିଛି ଜରୁରୀ କାର୍ଯ୍ୟବ୍ୟସ୍ତତା କାରଣରୁ ଏସିଆନ୍ ଗେମ୍ସ ୨୦୨୬ ର ଫାଇନାଲ୍ ଦିନ ଉପସ୍ଥିତ ରହିପାରିବେ ନାହିଁ। ତଥାପି, ସେ ସ୍ୱର୍ଣ୍ଣ ଏବଂ ବ୍ରୋଞ୍ଜ୍ ପଦକ ମୁକାବିଲା ପୂର୍ବରୁ ଫାଇନାଲ୍ ଖେଳୁଥିବା ସମସ୍ତ ଚାରୋଟି ଦଳକୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।”

ଟ୍ରଫିକୁ ନେଇ ବିବାଦ: ପୂର୍ବରୁ ଭାରତୀୟ ପୁରୁଷ ଏବଂ ମହିଳା ଦଳ ଜିତିଥିବା ଏସିଆ କପ୍ ଟ୍ରଫିଗୁଡ଼ିକୁ ନିଜ ସହିତ ନେଇଯିବାକୁ ନେଇ ମୋହସିନ୍ ନକଭୀ ଚର୍ଚ୍ଚାରେ ରହିଥିଲେ। ଏଭଳି ପରିସ୍ଥିତିରେ ଏସିଆନ୍ ଗେମ୍ସର ଫାଇନାଲ୍ ମ୍ୟାଚ୍‌ରେ ତାଙ୍କର ଉପସ୍ଥିତିକୁ ନେଇ କ୍ରିକେଟ୍ ମହଲରେ ବିଭିନ୍ନ ପ୍ରକାରର ଆଲୋଚନା ଚାଲିଥିଲା। କିନ୍ତୁ ବର୍ତ୍ତମାନ ତାଙ୍କର ଅନୁପସ୍ଥିତି ନେଇ ସ୍ପଷ୍ଟିକରଣ ଆସିବା ପରେ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ପଡ଼ିଛି।