ନୂଆଦିଲ୍ଲୀ,୧ ।୪: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମହିଳାଙ୍କୁ ମିଳିବ ଟଙ୍କା । ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଟଙ୍କା ପଠାଯିବାକୁ ନିଷ୍ପତ୍ତି ହୋଇଛି । ପ୍ରଥମ ପର୍ଯ୍ୟାୟରେ ମହିଳା ଉଦ୍ୟୋଗୀମାନଙ୍କୁ ଟଙ୍କା ପଠାଯିବ ।
ତେବେ ଏଥିରେ ଓଡିଶାର ୩୯.୫୧ ଲକ୍ଷ ମହିଳାଙ୍କ ଆକାଉଣ୍ଟ ରହିଛି । କାଲିଠାରୁ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ । ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯିବା ପରେ ଏସଏମଏସ ଯିବ । ଏସଏମଏସ ମିଳିବା ପରେ ଆକାଉଣ୍ଟରୁ ମହିଳାମାନେ ଟଙ୍କା ଉଠାଇପାରିବେ । ପେଟ୍ରୋଲ ପମ୍ପରେ ଏସବିଆଇର ମାଇକ୍ରୋ ଏଟିଏମରେ ଟଙ୍କା ଉଠାଇ ହେବ । ଗ୍ରାହକ ସେବା କେନ୍ଦ୍ରରେ ମଧ୍ୟ ଟୋକନ ବ୍ୟବସ୍ଥା ହୋଇଛି ।