fbpx

Monkeypox କାରଣରୁ ବ୍ରେନରେ ବିଭିନ୍ନ ପ୍ରକାରର ଭୟଙ୍କର ରୋଗ ସୃଷ୍ଟି ହେଉଛି: AIIMS Professor

ନୂଆଦିଲ୍ଲୀ: ମଙ୍କିପକ୍ସକୁ ନେଇ ବର୍ତ୍ତମାନ ସାରା ବିଶ୍ୱରେ ଆଶଙ୍କା ଜାରି ରହିଛି । ମଙ୍କିପକ୍ସର ମାମଲା କ୍ରମାଗତ ବଢ଼ିବାରେ ଲାଗିଛି । ମଙ୍କିପକ୍ସ ସଂକ୍ରମିତଙ୍କଠାରେ ବୁଖାର, ଥଣ୍ଡା ଲାଗିବା, ମୁଣ୍ଡ ବ୍ୟଥା ଆଦି ଲକ୍ଷଣ ଦେଖାଯାଉଥିଲା । ତେବେ ନିକଟରେ କିଛି ସଂକ୍ରମିତଙ୍କ ଠାରେ ହାତ, ପଦ, ମୁହଁ ବ୍ୟତୀତ ଗଳା, ଯୌନାଙ୍ଗ, ମଳାଶୟ ଆଦି ସ୍ଥାନରେ ଘା’ ଦେଖିବାକୁ ମିଳିଛି । ଏପରିକି ଇସେଫେଲାଇଟିସ, ହାର୍ଟ ସମସ୍ୟା ଦେଖିବାକୁ ମଧ୍ୟ ମିଳୁଛି ।

ମଙ୍କିପକ୍ସକୁ ନେଇ ଏମ୍ସ ନୂଆଦିଲ୍ଲୀର ଜଣେ ପ୍ରଫେସର କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ମଙ୍କିପକ୍ସ କାରଣରୁ ନ୍ୟୁରୋଲୋଜିକାଲ ସସମ୍ୟା ଦେଖାଯାଉଛି । ଏହାଦ୍ୱାରା କାର୍ଯ୍ୟ କରିବାର କ୍ଷମତା ପ୍ରଭାବିତ ହେଉଥିବା ବେଳେ ଭ୍ରମ ସ୍ଥିତି ସୃଷ୍ଟି ହେଉଛି । ଏହି ଭାଇରସ ବ୍ରେନ ଉପରେ ପ୍ରଭାବ ପକାଇବା ସହ ଆମର ଭାବନା ମଧ୍ୟ ପ୍ରଭାବିତ ହେଉଛି । ଅନେକ ମାମଲାରେ ଷ୍ଟ୍ରୋକ ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି ।

କରୋନା ପରେ ଲୋକଙ୍କଠାରେ ଅନେକ ପ୍ରକାରର ନ୍ୟୁରୋଲୋଜିକାଲ ସମସ୍ୟା ଦେଖାଯାଉଛି । କୌଣସି କାର୍ଯ୍ୟରେ ଧ୍ୟାନକୈନ୍ଦ୍ରିତ କରିବାରେ ସମସ୍ୟା ଦେଖାଯାଉଛି । ଯଦି ଜଣେ ଏକ ବର୍ଷ ପୂର୍ବରୁ ଗୋଟିଏ କାର୍ଯ୍ୟକୁ ଠିକ୍ ଭାବେ କରିପାରୁଥିଲା, ଏବେ ତାହା ପୂର୍ବ ପରି ହୋଇପାରୁନାହିଁ । ବ୍ରେନର ଆଉଟପୁଟ୍ ପୂର୍ବାପେକ୍ଷା କମ୍ ରହୁଛି । ଏହି ସବୁ ଲକ୍ଷଣ ଦେଖାଦେଲେ ଏହାକୁ କୋଗ୍ନିଟିଭ୍ ଡେକଲାଇନ କୁହାଯିବ ।

ମଙ୍କିପକ୍ସ କାରଣରୁ ବ୍ରେନର ଫଙ୍ଗ ସମସ୍ୟା ମଧ୍ୟ ଦେଖାଯାଉଛି । ଏହି କାରଣରୁ କୌଣସି କଥାକୁ ମନେ ରଖିବାରେ ଅସୁବିଧା ହୋଇଥାଏ । ସ୍ମୃତିଶକ୍ତି ହ୍ରାସ ପାଇବା ଲକ୍ଷଣ ମଧ୍ୟ ଦେଖାଯାଇଥାଏ । ତେବେ ଏହା ଭାଇରସ କାରଣରୁ କି କୌଣସି ପୁରୁଣା ରୋଗ କାରଣରୁ ହେଉଛି ତାହା ଦେଖିବାକୁ ପଡ଼ିବ । ଏହା ଉପରେ ଅଧିକ ରିସର୍ଚ୍ଚ କରିବାକୁ ପଡ଼ିବ । ମଙ୍କିପକ୍ସ ଏକ ଭାଇରାଲ ଇନଫେକ୍ସନ ହୋଇଥିବା ବେଳେ ଏହାଦ୍ୱାରା ମାୟୋକାର୍ଡିଟିସ ହୋଇପାରେ । ତେଣୁ ଲୋକମାନେ ନିଜର ହାର୍ଟର ଯତ୍ନ ନେବା ସହ ନିୟମିତ ଭାବେ ଯାଞ୍ଚ କରିବା ଦରକାର ।

Get real time updates directly on you device, subscribe now.