fbpx

(Video) ବୁଦ୍ଧି ଶିଖାଇଲା ମାଙ୍କଡ଼: ଖାଇବାକୁ ଗଛରେ ଚଢ଼ିଥିଲା ବାଘ…

ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ । ଅନେକ ସମୟରେ ଜୀବଜନ୍ତୁଙ୍କ ଭିଡିଓ ମଧ୍ୟ ବେଶ୍ ଭାଇରାଲ୍ ହୋଇଥାଏ । ଯାହାକୁ ଲୋକେ ଖୁବ୍ ପସନ୍ଦ ମଧ୍ୟ କରିଥାନ୍ତି । ଏବେ ଏଭଳି ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଯେଉଁଠାରେ ଏକ ବାଘ ମାଙ୍କଡ଼କୁ ଶିକାର କରିବାକୁ ଯାଇ ଭଲରେ ପାନେ ପାଇଛି । ପାଇବନି ବା କେମିତି ମାଙ୍କଡ଼ ସିନା ଗଛରେ ଚଢ଼ିପାରେ, ବାଘ କ’ଣ ଗଛରେ ଚଢ଼ିପାରିବ । ଆଉ ତା’ରି ଫଳ ପାଇଛି ଏହି ବାଘ ।

ଭିଡିଓରେ ଦେଖାଯାଉଛି ଗୋଟିଏ ବାଘ ଏକ ମାଙ୍କଡ଼କୁ ମାରିବା ପାଇଁ ଗଛରେ ଚଢ଼ୁଛି । ଭିଡିଓରୁ ଜଣାପଡ଼ୁଛି ଯେ ଗଛର ଡାଳ ଖୁବ୍ ପତଳା । କିନ୍ତୁ ତଥାପି ବାଘଟି ଉପରକୁ ଚଢ଼ୁଛି ଏବଂ ମାଙ୍କଡ଼ଟିକୁ ମାରିବାକୁ ଚେଷ୍ଟା କରୁଛି । କିନ୍ତୁ ମାଙ୍କଟ ଏହି ସମୟରେ ଅତି ଚତୁରତାର ସହ ଖସିଯାଉଛି । ଆଉ ବାଘଟି ତଳକୁ ଖସିପଡ଼ୁଛି । ଯାହା ଦେଖିବାକୁ ଖୁବ୍ ମଜାଦାର । ଆଉ ବାଘଟି ନିଶ୍ଚିତ ଭାବରେ ବୁଦ୍ଧି ଶିଖିଛି ।

ଭିଡିଓଟି ଅବଶ୍ୟ ପୁରୁଣା କିନ୍ତୁ ଏଥିରେ ନିଶ୍ଚୟ ଶିଖିବାକୁ ମିଳିବ । କାରଣ ଯେତେ ବଡ଼ ସଙ୍କଟ ଆସିଲେ ବି ଆପଣ ବୁଦ୍ଧି ମାଧ୍ୟମରେ ଏହାକୁ ସାମ୍ନାକୁ କରିାପାରିବେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.