fbpx

ଇଂଲଣ୍ଡକୁ ୫-୦ରେ ହରାଇ ଟେଷ୍ଟ ସିରିଜ କ୍ଲିନ ସୁଇପ୍ କରିବ ଭାରତ, ପୂର୍ବତନ ଇଂଲଣ୍ଡ ବୋଲରଙ୍କ ଭବିଷ୍ୟତବାଣୀ

ନୂଆଦିଲ୍ଲୀ ୨୨ ।୦୫: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ ୧୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ୍ ମୁକାବିଲା ଖେଳାଯିବ । ଏହି ମ୍ୟାଚ୍‌୍ ଇଂଲଣ୍ଡର ସାଉଥମ୍ପଟନରେ ଖେଳାଯିବ । ଏହି ବଡ ମ୍ୟାଚ୍ ପରେ ଭାରତ ଓ ଘରୋଇ ଇଂଲଣ୍ଡ ମଧ୍ୟରେ ପାଂଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଖେଳାଯିବ । ତିନି ମାସରୁ ଅଧିକ ଏହି ଲମ୍ବା ଗସ୍ତ ପାଇଁ ଭାରତୀୟ ଦଳ ଜୁନ ୨ରେ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବ । ଦୁଇ ଦଳ ମଧ୍ୟରେ ସିରିଜ୍ ପୂର୍ବରୁ ଇଂଲଣ୍ଡର ପୂର୍ବତନ ସ୍ପିନର ମଂଟି ପାନେସର ବଡ ଭବିଷ୍ୟତବାଣୀ କରିଛନ୍ତି । ସେ କହିଛନ୍ତି, ଭାରତ ଏହି ସିରିଜକୁ ୫-୦ରେ ଜିତିବ ।

ଇଣ୍ଡିଆ ଟିଭି ସହ ଆଲୋଚନା ବେଳେ ପାନେସର କହିଛନ୍ତି, ଭାରତୀୟ ଦଳ ଉଚିତ୍ ସମୟରେ ଇଂଲଣ୍ଡ ଗସ୍ତ କରୁଛି । ଅଗଷ୍ଟ ମାସରେ ଯେବେ ଏହି ଟେଷ୍ଟ ଶୃଙ୍ଖଳା ଖେଳାଯିବ ସେହି ସମୟରେ ଇଂଲଣ୍ଡରେ ଗ୍ରୀଷ୍ମ ଋତୁ ଚାଲିଥିବ । ଏମିତି ଗରମ ପରିବେଶରେ ଦୁଇ ଜଣ ସ୍ପିନରଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇପାରେ । ବର୍ତମାନର ଭାରତୀୟ ଦଳରେ ଇଂଲଣ୍ଡକୁ ୫-୦ରେ ହରାଇବାର ସାମର୍ଥ୍ୟ ଏବଂ ଶକ୍ତି ରହିଛି । ଯଦି ଭାରତୀୟ ଦଳ ଏହି ସଫଳତା ହାସଲ କରେ ତେବେ ବିଦେଶରେ ଦଳର ସବୁଠୁ ବଡ ବିଜୟ ହେବ ।

ପାନେସରଙ୍କ ପୂର୍ବରୁ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ ବିଶ୍ୱ ଟେଷ୍ଟ ଚମ୍ପିଆନସିପରେ ନ୍ୟୁଜିଲାଣ୍ଡର ବିଜୟକୁ ନେଇ ଭବିଷ୍ୟତବାଣୀ କରି ସାରିଛନ୍ତି । ଭନ କହିଛନ୍ତି ଯେ, ମୁଁ ସ୍ପଷ୍ଟ କରି ଦେବାକୁ ଚାହଁ ଯେ, ଫାଇନାଲରେ ନ୍ୟୁଜିଲାଣ୍ଡ ଭାରତ ଅପେକ୍ଷା ଉନ୍ନତ ପ୍ରଦର୍ଶନ କରିବ । ଦଳ ପାଖରେ ଲାଲ ବଲ ଖେଳୁଥିବା ଅଧିକ ଅନୁଭବ ଖେଳାଳି ଅଛନ୍ତି । ଭନ ସଂପ୍ରତି ନ୍ୟୁଜିଲାଣ୍ଡର ଦଳକୁ ଇତିହାସର ସବୁଠୁ ଉନ୍ନତ ଟେଷ୍ଟ ଦଳ ଦର୍ଶାଇଛନ୍ତି ।

Get real time updates directly on you device, subscribe now.