fbpx

ଏଥର ଆଗୁଆ ଆସିବ ମୌସୁମୀ, ମେ’ ୧୫ ସୁଦ୍ଧା ଆଣ୍ଡାମାନ ସାଗରରେ ମୌସୁମୀ ବାୟୁ ସକ୍ରିୟ ହେବାର ସମ୍ଭାବନା

ଭୁବନେଶ୍ୱର : ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ପୂର୍ବର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ମାସ ୧୫ ସୁଦ୍ଧା ଆଣ୍ଡାମାନ ସାଗରରେ ମୌସୁମୀ ବାୟୁ ସକ୍ରିୟ ହେବାର ସମ୍ଭାବନା ରହିଛି । ପରେ ଏହା ଆଣ୍ଡାମାନ ସାଗର ସହ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅଗ୍ରସର ହେବ । ପୂର୍ବରୁ ମଇ ୨୦ ବେଳକୁ ମୌସୁମୀ ବାୟୁ ସକ୍ରିୟ ହେଉଥିବାବେଳେ ଚଳିତ ବର୍ଷ ୫ ଦିନ ପୂର୍ବରୁ ଏହା ସକ୍ରିୟ ହେବ ବୋଲି ଆକଳନ କରାଯାଇଛି । ଅନୁରୂପ ଭାବେ ଭାରତୀୟ ପାଣିପାଗ ବିଭାଗ ମଧ୍ୟ ଏନେଇ ଅନୁରୂପ ସୂଚନା ଦେଇଛି ।

Get real time updates directly on you device, subscribe now.