fbpx

ସଅଳ ଆସିବ ମୌସୁମୀ, ସ୍ୱାଭାବିକ ଠାରୁ କମ୍‌ ବର୍ଷିବ : ଚଳିତ ବର୍ଷର ମୌସୁମୀ ବର୍ଷାକୁ ନେଇ ପାଣିପାଗ ବିଶେଷଜ୍ଞ ଆକଳନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡମାନ ଉପକୂଳ ଛୁଇଁସାରିବା ପରେ ଏବେ କେରଳ ଉପକୂଳ ମୁହାଁ ହୋଇଛି । ଆସନ୍ତା ଜୁନ୍‌ ୭ ତାରିଖ ସୁଦ୍ଧା ଏହା ଓଡ଼ିଶାରେ ପ୍ରବେଶ କରିବ । ତେବେ ଚଳିତ ବର୍ଷ ମୌସୁମୀ ବାୟୁ ପୂର୍ବ ବର୍ଷ ଅପେକ୍ଷା ସହଳ ଆସିବାକୁ ଥିଲେ ମଧ୍ୟ ଆଶାନୁରୂପ କ ବର୍ଷା ହେବ ନାହିଁ ବୋଲି ପାଣିପାଗ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି । ଯାହାକୁ ନେଇ ଚାଷୀଙ୍କ ମନରେ ନୈରାଶ୍ୟଭାବ ଖେଳିଯାଇଛି ।

ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ ଓ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ଚଳିତ ବର୍ଷ ସ୍ୱାଭାବିକ ଠାରୁ ବର୍ଷା ପରିମାଣ ଅଧିକା ରହିବ । କିନ୍ତୁ ଏଥର ସ୍ୱାଭାବିକ ଠାରୁ କମ୍‌ ବର୍ଷା ହେବ ବୋଲି ପୁଣି ଥରେ ଆକଳନ କରାଯିବା ଚାଷୀଙ୍କ ପାଇଁ କାଳ ପାଲଟିବ ବୋଲି କୁହାଯାଉଛି । ବିଶେଷ କରି ଜୁନ୍‌ ମାସରେ ରାଜ୍ୟର କିଛି ସ୍ଥାନରେ କମ୍‌ ବର୍ଷା ହେବାର ଆଶଙ୍କା ସୃଷ୍ଟି ହୋଇଛି । ମୌସୁମୀ ଋତୁରେ ମେଘ ସୃଷ୍ଟି ହେବ ଓ ତାପମାତ୍ରା କମିବ କିନ୍ତୁ ବର୍ଷା ପରିମାଣ କମ୍‌ ରହିବ । କେବଳ ପରିଚାଳନା ଜନିତ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି ।

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ- ନିକୋବର ଦ୍ୱୀପପୁଞ୍ଜରେ ପହଞ୍ଚି ସାରିଥିବାବେଳେ ଆଣ୍ଡାମାନ ସମେତ ଏହାର ଆଖପାଖ ଅଞ୍ଚଳରେ ମୌସୁମୀ ବର୍ଷା ଲାଗିରହିଛି । ପାଗ ଅନୁକୂଳ ଥିବାରୁ ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ୨୭ ତାରିଖ ସୁଦ୍ଧା ମୌସୁମ କେରଳ ଉପକୂଳ ଛୁଇଁବା ସମ୍ଭାବନା ରହିଛି । ତେଣୁ ଓଡ଼ିଶାକୁ ମଧ୍ୟ ଆଗୁଆ ମୌସୁମୀ ଆସିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ଅନ୍ୟପକ୍ଷରେ ସାରା ରାଜ୍ୟରେ ଏବେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ଲୋକେ ଡହଡହ ଖରାରେ ଡହଳ ବିକଳ ହେଉଛନ୍ତି । ଏପରି ଗ୍ରୀଷ୍ମ ପ୍ରବାହ ଆହୁରି ୪ ଦିନ ଜାରି ରହିବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ସୂଚନା ଦେଇଛନ୍ତି।

Get real time updates directly on you device, subscribe now.