fbpx

ଖୁସି ଖବର: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୩୭ ଆକ୍ରାନ୍ତ

ଭୁବନେଶ୍ୱର,୨୮ ।୬(ଓଡିଶା ଭାସ୍କର): ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଚାଲିଥିବା ବେଳେ ଆସିଛି ଏକ ଖୁସି ଖବର । ଆଜି ଆଉ ୧୩୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୩୩ ଥିବା ବେଳେ ଖୋର୍ଦ୍ଧାରୁ ୨୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି କଟକରୁ ୨୨, ବାଲେଶ୍ୱରରୁ ୧୩, ଯାଜପୁରରୁ ୯, କଳାହାଣ୍ଡିରୁ ୬, ଭଦ୍ରକରୁ ୪, ମୟୂରଭଞ୍ଜରୁ ୩, ନୟାଗଡରୁ ୩, ପୁରୀରୁ ୩ ଜଣ ସୁସ୍ଥ ହୋଇଛନ୍ତି । ବୌଦ୍ଧ, ବରଗଡ, ଝାରସୁଗୁଡା, କେନ୍ଦ୍ରାପଡାରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ଅନୁଗୁଳ, ବଲାଙ୍ଗି. ଜଗତସିଂହପୁର, ନୂଆପଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ତେବେ ରାଜ୍ୟରେ ବର୍ତ୍ତମାନ ସୁସ୍ଥ ୪୭୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.