-
World 95,405,331
WorldConfirmed: 95,405,331Active: 25,280,277Recovered: 68,087,035Death: 2,038,019 -
USA 24,446,775
USAConfirmed: 24,446,775Active: 9,627,695Recovered: 14,412,217Death: 406,863 -
India 10,572,672
IndiaConfirmed: 10,572,672Active: 209,519Recovered: 10,210,697Death: 152,456 -
Brazil 8,488,099
BrazilConfirmed: 8,488,099Active: 889,468Recovered: 7,388,784Death: 209,847 -
Russia 3,568,209
RussiaConfirmed: 3,568,209Active: 542,212Recovered: 2,960,431Death: 65,566 -
UK 3,395,959
UKConfirmed: 3,395,959Active: 1,771,962Recovered: 1,534,736Death: 89,261 -
Turkey 2,387,101
TurkeyConfirmed: 2,387,101Active: 100,240Recovered: 2,262,864Death: 23,997 -
Italy 2,381,277
ItalyConfirmed: 2,381,277Active: 553,374Recovered: 1,745,726Death: 82,177 -
Germany 2,050,099
GermanyConfirmed: 2,050,099Active: 330,659Recovered: 1,672,000Death: 47,440 -
Pakistan 519,291
PakistanConfirmed: 519,291Active: 34,701Recovered: 473,639Death: 10,951 -
China 88,227
ChinaConfirmed: 88,227Active: 1,205Recovered: 82,387Death: 4,635
ନୂଆଦିଲ୍ଲୀ, ୧ା୧୨ (ଓଡିଶା ଭାସ୍କର): କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାରାଷ୍ଟ୍ରର ପାଥରାଡ଼ିରେ ଏଲଏନଜି/ସିଏନଜି କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଏହା ହେଉଛି ୧୦୦ତମ ସିଏନଜି ଷ୍ଟେସନ, ଯାହାକି ସେ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦେଶରେ ଆଗାମୀ ଦିନରେ ଆଉ୧୦ ହଜାର ସିଏନଜି ଷ୍ଟେସନ ପ୍ରତିଷ୍ଠା କରାଯିବ । ଏଥିସହ ୫ କୋଟିର ପିଏନଜି ସଂଯୋଗ ପାଇଁ ଲକ୍ଷ୍ୟ ରଖାଯାଇଛି । ଲକ୍ଷ୍ୟ ପୂରଣ ପାଇଁ ସିଜିଡି ସଂସ୍ଥା ଓ ତୈଳ କମ୍ପାନୀମାନଙ୍କୁ ଆହ୍ୱାନ ଦିଆଯାଇଛି । ଫଳରେ ଆଗାମୀ ଦିନରେ ଦେଶରେ ବୃହତ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ । ବର୍ତ୍ତମାନ ସମୟରେ ପ୍ରାକୃତିକ ଗ୍ୟାସ ବ୍ୟବହାର ପାଇଁ ସିଜିଡି କ୍ଷେତ୍ର ଏକ ପ୍ରମୁଖ ଶିଳ୍ପ ଭାବେ ଉଭା ହୋଇଛି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।
Comments are closed.