fbpx

ଓଲଟିଲା ଡଙ୍ଗା, ବୁଡ଼ିଗଲେ ୧୦୦ରୁ ଅଧିକ ଲୋକ; ଉଦ୍ଧାର ହେଲାଣି ୫୧ ମୃତ ଶରୀର

ନୂଆଦିଲ୍ଲୀ: କଙ୍ଗୋରେ ଶନିବାର ଦିନ ଡଙ୍ଗା ବୁଡ଼ିବା ଫଳରେ ୧୦୦ରୁ ଅଧିକ ଜଣ ଭାସିଯାଇଛନ୍ତି । ସେମାନଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୫୧ ଜଣଙ୍କର ମୃତ୍ୟୁ ହୋଇଯାଇଛି । ବାକି ୬୦ରୁ ଅଧିକ ଜଣଙ୍କ ଖୋଜ ଖବର ମିଳିନାହିଁ । ଏହି ଘଟଣାରେ ୩୯ ଲୋକଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି । ଏନେଇ ମୋଙ୍ଗଲାର ଗଭର୍ଣ୍ଣରଙ୍କ ପ୍ରବକ୍ତା ନେସ୍ଟର୍ ମେଗାବାଡୋ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଡଙ୍ଗାରେ ବସିବା ପୂର୍ବରୁ ସେମାନଙ୍କ ସଂଖ୍ୟା ଗଣାଯାଇ ନଥିଲା ।

ପ୍ରବକ୍ତା ନେସ୍ଟର୍ ମେଗାବାଡୋ କହିଛନ୍ତି ଯେ, କଙ୍ଗୋରେ ଏଭଳି ଘଟଣା ସାମନ୍ୟ ହୋଇଗଲାଣି । କାରଣ ପ୍ରତିଥର ଏପରି ଭାବରେ ଡଙ୍ଗାରେ କ୍ଷମତାଠାରୁ ଅଧିକ ଲୋକ ବସି ଆସିଥାନ୍ତି । ଯାହାଫଳରେ ଡଙ୍ଗାର ସନ୍ତୁଳନ ବିଗିଡ଼ି ଯାଉଛି ଏବଂ ଲୋକଙ୍କ ପ୍ରାଈ ସଙ୍କଟ ରେ ପଡ଼ୁଛି । ଏଥିସହିତ ଅଧିକାଂଶ ଯାତ୍ରୀ ଲାଇଭ୍ ଜ୍ୟାକେଟ ପିନ୍ଧୁନାହାନ୍ତି । ଚଳିତ ବର୍ଷ ଫେବୃଆରୀ ମାସରେ ମାଇ-ନଦୋମ୍ବେ ଅଞ୍ଚଳରେ କଙ୍ଗୋ ନଦୀରେ ଡଙ୍ଗା ଓଲଟିବା ଫଳରେ ବଡ଼ ଅଘଟଣ ଘଟିଥିଲା । ଫଳରେ ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଯାଇଥିଲା । ଡଙ୍ଗାରେ ୭୦୦ରୁ ଅଧିକ ଯାତ୍ରୀ ଥିଲେ ।

Get real time updates directly on you device, subscribe now.