fbpx

ଓଡ଼ିଶାରେ କରୋନାର ସାଙ୍ଘାତିକ ପରିସ୍ଥିତି: ୨୦୦ ଟପିଲା ଦୈନିକ ସଂକ୍ରମଣ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ କରୋନା ଭାଇରସ୍ ପୁଣି ଥରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ରାଜ୍ୟରେ ଆଜି ଦୈନିକ କରୋନା ସଂକ୍ରମଣ ୨୦୦ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୦୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଲୋକାଲ କେସ ୧୧୯ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୮୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗରୁ ୧୮ ଆକ୍ରାନ୍ତ ଥିବା ଜଣାପଡିଛି ।

ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୩୮, ଷ୍ଟେଟପୁଲରୁ ୨୨, ସୁନ୍ଦରଗଡ଼ରୁ ୧୮, ବାଲେଶ୍ୱରରୁ ୮, ମୟୂରଭଞ୍ଜ ଓ ପୁରୀରୁ ୫ ଜଣ ଲେଖାଏଁ, ନୂଆପଡ଼ାରୁ . ସମ୍ବଲପୁର, ଭଦ୍ରକ ଓ ଦେଓଗଡ଼ରୁ ୩ ଜଣ ଲେଖାଏଁ, ଜଗତସିଂହପୁର, କେନ୍ଦ୍ରାପଡାରୁ ୨ ଜଣ ଲେଖାଏଁ, ଢ଼େଙ୍କାନାଳ, ଯାଜପୁର, କନ୍ଧମାଳ, କେନ୍ଦୁଝର ଓ ନୟାଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୯,୯୬୧କୁ ବୃଦ୍ଧି ପାଇଛି । ଏବେ ସକ୍ରିୟ ମାମଲା ୮୭୨ ଥିବା ବେଳେ ୧୨,୭୯,୯୧୦ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Get real time updates directly on you device, subscribe now.