fbpx

୨୧ ହଜାର କିଲୋରୁ ଅଧିକ ଗୋମାଂସ ଜବତ, ଦୁଇ ଗିରଫ

ମୁମ୍ବାଇ: ମହାରାଷ୍ଟ୍ର ପୋଲିସ୍ ପାଳଘରର କାସା ଅଞ୍ଚଳରୁ ୨୧ହଜାର ୧୮ କିଲୋର ଗୋମାଂସ ଜବତ କରିଛି । ଏହା ସହିତ ତାମିଲନାଡ଼ୁର ଦୁଇ ଗଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଦୁଇଜଣ ଗୋମାଂସକୁ ଏକ ଟ୍ରକ୍ ଯୋଗେ ତାମିଲନାଡ଼ୁରୁ ଠାଣେ ନେଇ ଯାଉଥିଲେ । ହେଲେ ପାଳଘର ଅଞ୍ଚଳରୁ ପୋଲିସ୍ ଏସବୁକୁ ଜବତ କରି ନେଇଥିଲା । ଏହି ଗୋମାଂସର ମୁଲ୍ୟ ୨୦.୬ ଲକ୍ଷ ହେବ ବୋଲି ଜଣାପଡ଼ିଛି । ଶନିବାର ଦିନ ଜଣେ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ପୋଲିସ୍ ସୁତ୍ରରୁ ସୂଚନା ମିଳିଛି ଯେ, ଏକ ଗୁପ୍ତ ସୂଚନା ଆଧାରରେ ଜିଲ୍ଲା ଗ୍ରାମୀଣ ପୋଲିସ୍ ପାଳଘରରେ ମୁମ୍ବାଇ-ଅହମଦାବାଦ୍ ରାଜପଥରେ ଟ୍ରକ୍ କୁ ଧରିବା ପାଇଁ ଜାଲ ବିଛାଇଥିଲା । ଏହି ସମୟରେ ଟ୍ରକ୍ ଉକ୍ତ ବାଟ ଦେଇ ଯିବା ସମୟରେ ପୋଲିସ୍ ଧରିଥିଲା ଓ ଜବତ କରିଥିଲା ।

Get real time updates directly on you device, subscribe now.