fbpx

୨ ବର୍ଷରେ ଆତ୍ମହତ୍ୟା କଲେଣି ୨୪ହଜାରରୁ ଅଧିକ ପିଲା, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ୨ ବର୍ଷ ମଧ୍ୟରେ ଆତ୍ମହତ୍ୟା କରିଛନ୍ତି ୨୪ହଜାରରୁ ଅଧିକ ପିଲା । ଏଥିରେ ୧୪ରୁ ୧୮ ବର୍ଷ ବର୍ଗର ୨୪ହଜାରରୁ ଅଧିକ ସଂଖ୍ୟା ର ପିଲା ରହିଛନ୍ତି । ତେବେ ଏହି ସଂଖ୍ୟା ୨୦୧୭ରୁ ୨୦୧୯ ବର୍ଷ ମଧ୍ୟରେ ଦେଖିବାକୁ ମିଳିଛି । ଏଥିରେ ପରୀକ୍ଷାରେ ଅସଫଳ ହୋଇ ଆତ୍ମହତ୍ୟା କରିଛନ୍ତି ୪ହଜାରରୁ ଅଧିକ ପିଲା । ନିକଟରେ ଏହି ସମ୍ପର୍କିତ ଡାଟା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନସିଆରବି) ସଂସଦରେ ପ୍ରସ୍ତୁତ କରାଯାଇଛି ।

ରେକର୍ଡ ମୁତାବକ, ୨୦୧୭-୧୯ ମଧ୍ୟରେ ଆତ୍ମହତ୍ୟା କରିଥିବା ପିଲାମାନଙ୍କ ମଧ୍ୟରୁ ୧୩ହଜାର ୩୨୫ ଝିଅ ସମେତ ୨୪ହଜାର ୫୬୮ ଜଣ ପିଲା ଆତ୍ମହତ୍ୟା କରିଛନ୍ତି । ୨୦୧୭ରେ ୧୪ରୁ ୧୮ ବର୍ଷର ୮ହଜାର ୨୯ ଜଣ ପିଲା ରହିଥିବା ବେଳେ ୨୦୧୮ରେ ଏହି ସଂଖ୍ୟା ବୃଦ୍ଧି ପାଇ ୮ହଜାର ୧୬୨ ହୋଇଯାଇଛି । ପୁଣି ୨୦୧୯ରେ ଏହି ସଂଖ୍ୟା ବଢ଼ି ୮ହଜାର ୩୭୭ ହୋଇଯାଇଛି ।

ତେବେ ସବୁଠାରୁ ଅଧିକ ମୃତ୍ୟୁ ହୋଇଥିବା ରାଜ୍ୟ ହେଉଛି ମଧ୍ୟପ୍ରଦେଶ । ଏଠାରେ ୩ହଜାର ୧୧୫ ଜଣ ଆତ୍ମହତ୍ୟା କରିଛନ୍ତି । ଏହାପରେ ରହିଛି ପଶ୍ଚିମବଙ୍ଗ ୨,୮୦୨, ମହାରାଷ୍ଟ୍ର ୨,୫୨୭ ଏବଂ ତାମିଲନାଡ଼ୁ ୨,୦୩୫ ଜଣ ଆତ୍ମହତ୍ୟା କରି ପ୍ରାଣ ହରାଇଛନ୍ତି । ଏଥିରେ ପରୀକ୍ଷାରେ ଫେଲ୍ ହୋଇଥିବା ପିଲାଙ୍କ ସଂଖ୍ୟା ଅଧିକ ରହିଛି ।

ସରକାରୀ ତଥ୍ୟ ଅନୁଯାୟୀ, ୪,୦୪୬ ଶିଶୁ ଆତ୍ମହତ୍ୟା ପଛରେ ପରୀକ୍ଷାରେ ଫେଲ୍ ହୋଇଥିବା କାରଣ ରହିଛି । ଏଥି ସହିତ, ୪୧୧ ଝିଅ ରହିଥିବା ବେଳେ ସମତେ ୬୩୯ ପିଲାଙ୍କ ଆତ୍ମହତ୍ୟା ପଛରେ ବିବାହ ସହ ଜଡିତ ମାମଲା ରହିଛି ବୋଲି କୁହାଯାଇଛି । ପ୍ରେମ ସମ୍ପର୍କ ସହ ଜଡିତ କାରଣରୁ ପ୍ରାୟ ୩,୩୧୫ ପିଲା ଆତ୍ମହତ୍ୟା କରିଥିବାବେଳେ ୨୫୬୭ ଶିଶୁଙ୍କ ଆତ୍ମହତ୍ୟା ପଛରେ ଅସୁସ୍ଥତା ଦର୍ଶାଯାଇଛି । ଶାରୀରିକ ନିର୍ୟାତନା ଯୋଗୁଁ ୮୧ ଶିଶୁଙ୍କ ମୃତ୍ୟୁ ହୋଇଛି ।

 

Get real time updates directly on you device, subscribe now.