fbpx

ବାତ୍ୟା ସମୟରେ ରାଜ୍ୟରେ ଜନ୍ମ ହେଲେ ୩୦୦ରୁ ଅଧିକ ଶିଶୁ, ନାଁ ରଖାଗଲା ‘ୟଶ୍‌’

ଭୁବନେଶ୍ୱର : ବାତ୍ୟା ‘ୟଶ’ରେ ଟଳିଗଲା ବଡ ବିପଦ । କିନ୍ତୁ ସମୁଦ୍ର କୂଳିଆ ଲୋକଙ୍କ ଆଖିରୁ ନିଦ ହଜାଇ ଦେଇଗଲା । ଏହା ମଧ୍ୟରେ ଖୁସିର କଥା ଯେଉଁ ସମୟରେ ୟଶ୍ ତାଣ୍ଡବଲୀଳା ମଚାଉଥିଲା ସେହି ସମୟରେ ରାଜ୍ୟରେ ୩୦୦ରୁ ଅଧିକ ନବଜାତ ଜନ୍ମ ନେଇଛନ୍ତି । ବାତ୍ୟା ସମୟରେ ଜନ୍ମ ନେଇଥିବାରୁ ଅନେକ ପରିବାର ଶିଶୁଙ୍କ ନାମ ‘ୟଶ’ ନାମରେ ନାମକରଣ କରିଛନ୍ତି । ସୋମବାର ଓ ମଙ୍ଗଳବାର ବାତ୍ୟା ରାଜ୍ୟ ଉପକୂଳବର୍ତୀ ଅଂଚଳରେ କ୍ଷୟକ୍ଷତି ଘଟାଇଛି ।

ବାତ୍ୟା ଦୁର୍ବଳ ହୋଇ ଏବେ ଝାଡଖଣ୍ଡରେ ପ୍ରବେଶ କରିଛି । ଅନ୍ୟପଟେ ଉପକୂଳବର୍ତୀ ଜିଲ୍ଲାଗୁଡିକରେ ଆଶ୍ରୟସ୍ଥଳଗୁଡିକରୁ ଲୋକେ ନିଜ ନିଜ ଘରକୁ ଫେରିବାରେ ଲାଗିଛନ୍ତି । କିନ୍ତୁ ଏବେ କୋଭିଡ୍‌-୧୯ ସଂକ୍ରମଣର ଭୟ ଲୋକଙ୍କୁ ଘାରିଛି । କାରଣ ଲକ୍ଷାଧିକ ସଂଖ୍ୟାରେ ଲୋକେ ବାତ୍ୟା ଆଶ୍ରୟସ୍ଥଳରେ ଶରଣ ନେଇଥିଲେ ।

ଜଗତସିଂହପୁର, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାରେ ବୁଧବାର ହିଁ ବାତ୍ୟାର ପ୍ରକୋପ କମିବା ପରେ ଲୋକେ ଘରକୁ ଫେରି ଆସିଥିବା ବେଳେ କିଛି ଲୋକ ଗୁରୁବାର ସକାଳେ ଘରକୁ ଫେରିଛନ୍ତି । ଆଶ୍ୱସ୍ତିକର କଥା ବାତ୍ୟାର ବେଗ ଆକଳିତ ସୀମା ଟପି ନାହିଁ କିମ୍ବା ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇ ନାହିଁ । ଯେତିତିକି ଆଶଙ୍କା କରାଯାଉଥିଲା ସେଥିରୁ କମ କ୍ଷୟକ୍ଷତି ଘଟିଛି ।

ବାତ୍ୟାକୁ ନେଇ ଲୋକଙ୍କ ମନରେ ଭୟ ଥିଲା ଯେ, କ୍ଷୟକ୍ଷତି ବହୁତ ବଡ ପରିମାଣରେ ହେବା ସହ ଧନଜୀବନ ଯାଇପାରେ । ହେଲେ ଏହା ଉପରେ ବିରାମ ପଡିଛି ଏବଂ ବାତ୍ୟା ଚାଲିଯିବା ପରେ ଲୋକେ ଆଶ୍ରୟସ୍ଥଳରୁ ଘରକୁ ଫେରି ଆସିଛନ୍ତି ।

Get real time updates directly on you device, subscribe now.