fbpx

LDC, UDC, ଲାଇବ୍ରେରୀ କ୍ଲର୍କ, MTS, ଆସିଷ୍ଟାଣ୍ଟ, ଷ୍ଟେନୋ ପଦ ଖାଲି: ଜାତୀୟ ଆୟୁର୍ବେଦ ବିଜ୍ଞାନ ଗବେଷଣା ପରିଷଦ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି

ଚାକିରି ଖୋଜୁଥିବା ସମସ୍ତ ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଜାତୀୟ ଆୟୁର୍ବେଦ ବିଜ୍ଞାନ ଗବେଷଣା ପରିଷଦ (ସିସିଆରଏଏସ) ପକ୍ଷରୁ ଅନେକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଗ୍ରୁପ-ଏ, ଗ୍ରୁପ-ବି ଓ ଗ୍ରୁପ ଅନ୍ତର୍ଗତ ବିଭିନ୍ନ ପ୍ରକାରର ପଦରେ ନିଯୁକ୍ତି ଦିଆଯିବ । ମୋଟ ୫୯୬ଟି ପଦ ଖାଲି ରହିଥିବା ବେଳେ ପ୍ରାର୍ଥୀଙ୍କୁ ଏଥିପାଇଁ ଅନଲାଇନରେ ଆବେଦନ କରିବାକୁ ପଡ଼ିବ ।

ଆସନ୍ତା ୧ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୩୦ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀଙ୍କୁ ଗ୍ରୁପ-ଏ’ର ବିଭିନ୍ନ ବିଷୟରେ ରିସର୍ଚ୍ଚ ଅଫିସର ଭାବେ ନିଯୁକ୍ତି ଦିଆଯିବ । ଗ୍ରୁପ-ବି’ରେ ଷ୍ଟାଫ ନର୍ସ, ଆସିଷ୍ଟାଣ୍ଟ, ମେଡିକାଲ ଲାବୋରେଟୋରୀ ଟେକ୍ନୋଲୋଜିଷ୍ଟ, ଆସିଷ୍ଟାଣ୍ଟ ରିସର୍ଚ୍ଚ ଅଫିସର ପଦରେ ନିଯୁକ୍ତି ଦିଆଯିବ । ସେହିପରି ଗ୍ରୁପ-ସି’ର ଷ୍ଟେନୋଗ୍ରାଫର ଗ୍ରେଡ-୧, ୟୁଡିସି, ଏଲଡିସି, ହିନ୍ଦି ଅନୁବାଦକ, ସୋସିଆଲ ୱାର୍କର, ଫଟ୍ରୋଗ୍ରାଫର, ଜୁନିୟର କଳାକାର, ଲାଇବ୍ରେରୀ କ୍ଲର୍କ, ଡ୍ରାଇଭର, ଫିଲ୍ଡ ଆସିଷ୍ଟାଣ୍ଟ ଆଦି ପଦରେ ନିଯୁକ୍ତି ଦିଆଯିବ ।

ପ୍ରାର୍ଥୀମାନେ ବୟସ ଯୋଗ୍ୟତା, ଶିକ୍ଷାଗତ ଯୋଗ୍ୟତା, କାର୍ଯ୍ୟ ଅଭିଜ୍ଞତା, ସଂରକ୍ଷଣ ବିଷୟରେ ଜାଣିବା ପାଇଁ ଅଫିସିଆଲ ୱେବସାଇଟକୁ ପରିଦର୍ଶନ କରିପାରିବେ । ଗ୍ରୁପ-ଏ ପଦ ପାଇଁ ପ୍ରଥମେ ଅନଲାଇନରେ ପରୀକ୍ଷା କରାଯିବ । ଏହାପରେ ସାକ୍ଷାତକାର କରାଯିବ । ସେହିପରି ଗ୍ରୁପ-ବି ଓ ଗ୍ରୁପ-ସି ପଦ ପାଇଁ ୧୦୦ ମାର୍କର ଅନଲାଇନ୍ ପରୀକ୍ଷା କରାଯିବ ।

ଅନଲାଇନ୍ ଆବେଦନ ଲିଙ୍କ: Available on 01.06.2023

ଅଫିସିଆଲ ୱେବସାଇଟ୍ ଲିଙ୍କ: http://www.ccras.nic.in/

Get real time updates directly on you device, subscribe now.