fbpx

ନବ ଦାସଙ୍କ ଶେଷ କୃତ୍ୟ ସମ୍ପନ, ମୁଖାଗ୍ନି ଦେଲେ ପୁଅ ବିଶାଲ ଦାସ

ଝାରସୁଗୁଡ଼ା: ବିଦାୟ ନେଲେ ନବ ଦାସ। ଝାରସୁଗୁଡ଼ା ଖେରୁଆଲ୍ ଶ୍ମଶାନରେ ଶେଷ ହେଲା ନବଙ୍କ ଶେଷକୃତ୍ୟ। ପୁଅ ବିଶାଲ ଦାସ ପିତାଙ୍କ ମର ଶରିରରେ ମୁଖାଗ୍ନି ଦେଇଛନ୍ତି। ଶ୍ମଶାନରେ ନବ ଦାସଙ୍କ ବାପା ଏବଂ ପୁଅ ଉପସ୍ଥିତ ରହିଥିଲେ। ନବଙ୍କ ଶେଷ ଯାତ୍ରାରେ ସମ୍ପୁର୍ଣ୍ଣ ଝାରସୁଗୁଡ଼ା ତାଙ୍କୁ ବିଦାୟ ଦେବାକୁ ଏକାଠି ହୋଇଛନ୍ତି। ନବଙ୍କ ଜୁଇରେ ଲୋକେ ପୁଳା ପୁଳା ଚନ୍ଦନ କାଠ ଆଣି ପକାଉଥିବା ଦେଖିବାକୁ ମିଳିଛି।

ଶେଷ କୃତ୍ୟ ସମ୍ପମନ ହେବା ପୁର୍ବରୁ ଝାରସୁଗୁଡ଼ାର ମନମୋହନ ଏମଇ ସ୍କୁଲ ପଡ଼ିଆରେ ନବ ଦାସଙ୍କ ଶେଷ ଦର୍ଶନ ଲାଗି ସମର୍ଥକ ଓ ଶୁଭେଚ୍ଛୁମାନଙ୍କ ଭିଡ଼ ଲାଗିଥିଲା । ସେଠାରେ ନବଙ୍କ ଝିଅ ଓ ପୁଅ ବି ଉପସ୍ଥିତ ଥିଲେ । ଏହାଛଡ଼ା ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଟୁକୁନି ସାହୁ, ନିରଂଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଟକ ମେୟର ସୁବାସ ସିଂହଙ୍କ ସମେତ ବିଜେଡିର ବହୁ ତୁଙ୍ଗ ନେତା ଉପସ୍ଥିତ ଥିବାର ଦେଖିବାକୁ ମିଳିଛି । ଏଠାରେ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ବି ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.