ସରକେ ଚୁନର ତେରୀ… ଗୀତ ପାଇଁ ଫସିଲେ ନୋରା
ଦ ଡେଭିଲ୍ ଫିଲ୍ମରେ ଗୋଟିଏ ହଟ୍ ଆଣ୍ଡ ସେକ୍ସି୍ସ ଆଇଟମ୍ ଡ୍ୟାନ୍ସ ରହିଛି। 'ସରକେ ଚୁନର ତେରୀ' ଗୀତରେ ଡ୍ୟାନ୍ସର ନୋରା ଫତେହୀ ଅଶ୍ଲୀଳ ନୃତ୍ୟ ପରିବେଷଣ କରିଛନ୍ତି
ମୁମ୍ବାଇ: ବଲିଉଡ୍ର ଆଇଟମ୍ ଡ୍ୟାନ୍ସର ନୋରା ଫତେହୀଙ୍କ ଅଡ଼ୁଆ ବଢ଼ିଲା। ଅଶ୍ଲୀର ନୃତ୍ୟ ପାଇଁ ତାଙ୍କ ନାଁରେ ହୋଇଛି ମାମଲା। ହାଜର ପାଇଁ ବାରମ୍ବାର ହେଉଛି ନୋଟିସ୍। ହେଲେ ହାଜର ହେଉନାହାନ୍ତି। ଏଥିସହ ଅଭିନେତା ସଞ୍ଜୟ ଦତ୍ତଙ୍କୁ ମଧ୍ୟ ହାଜର ପାଇଁ ନୋଟିସ୍ ହୋଇଛି। ମିଳିଥିବା ସୂଚନା ଅନୁସାରେ ଉଭୟ ଗୁରୁବାର ହାଜର ହେବେ ବୋଲି ଜଣାପଡ଼ିଛି।
ହିନ୍ଦୀ ଫିଲ୍ମ ଦ ଡେଭିଲ୍ ଫିଲ୍ମରେ ଗୋଟିଏ ହଟ୍ ଆଣ୍ଡ ସେକ୍ସି୍ସ ଆଇଟମ୍ ଡ୍ୟାନ୍ସ ରହିଛି। ‘ସରକେ ଚୁନର ତେରୀ’ ଗୀତରେ ଡ୍ୟାନ୍ସର ନୋରା ଫତେହୀ ଅଶ୍ଲୀଳ ନୃତ୍ୟ ପରିବେଷଣ କରିଛନ୍ତି। ଯେଉଁଥିରେ ସେ ପୂରା ଶରୀର ଦେଖାଇ ଦେଇଛନ୍ତି। ଯାହାକୁ ବିଭିନ୍ନ ମହଲରେ ବିରୋଧ କରାଯାଉଛି। ଏହି ଗୀତ ନାରୀଙ୍କ ମର୍ଯ୍ୟାଦା ନଷ୍ଟ କରୁଛି ବୋଲି ଅଭିଯୋଗ ହେଉଛି। ଯାହାକୁ ନେଇ ଜାତୀୟ ମହିଳା ଆୟୋଗଙ୍କ ପାଖରେ ଅଭିଯୋଗ ହୋଇଥିଲା।
ଏନେଇ ଅଭିଯୋଗ ହେବା ପରେ ଜାତୀୟ ମହିଳା ଆୟୋଗ ଘଟଣାକୁ ଗମ୍ଭିରତାର ସହ ନେଇଥିଲେ। ଫିଲ୍ମର ଷ୍ଟାର କାଷ୍ଟଙ୍କୁ ହାଜର ପାଇଁ ନୋଟିସ କରିଥିଲେ। ନୋଟିସ୍ ପରେ ନିର୍ଦ୍ଦେଶକ ପ୍ରେମ, କେଭିଏନ ପ୍ରଡକ୍ସନ୍ସର ପ୍ରତିନିଧି ଗୌତମ କେଏମ୍ ଓ ସୁପ୍ରୀଥ ହାଜର ହୋଇଥିଲେ। ଅଧ୍ୟକ୍ଷା ସେମାନଙ୍କୁ ତାଗିଦ କରିଥିଲେ। ଏହା ମହିଳାଙ୍କ ମର୍ୟ୍ୟାଦା ବିରୋଧୀ ବୋଲି କହିଥିଲେ। ସୃଜନଶୀଳତା ନାଁରେ ମହିଳାଙ୍କ ମର୍ୟ୍ୟାଦାକୁ ଆଘାତ ଦିଆଯାଇପାରିବ ନାହିଁ।
ଯେଉଁଥିପାଇଁ ଫିଲ୍ମ ଓ ଗୀତ ସହ ଜଡିତ ମେକର୍ସମାନେ ନିଜ ଭୁଲ ମାନିଥିଲେ। ଆଗକୁ ଏହା ନଦୋହରାଇବା ପାଇଁ କହିଥିଲେ। ସେମାନେ ଏହା ମଧ୍ୟ କହିଥିଲେ ଯେ, ଗୀତଟି କନ୍ନଡ଼ରେ ହୋଇଥିବାରୁ ସଠିକ୍ ଅର୍ଥ ବୁଝିପାରିନଥିଲେ। ପରବର୍ତ୍ତୀ ସମୟରେ ଗୀତକୁ ବୁଝି ଆଉଥରେ ହିନ୍ଦୀରେ ସୁଟ୍ କରାଯାଇଛି। ସେଥିପାଇଁ ଲିଖିତ ଭାବେ କ୍ଷମା ମାଗିଥିଲେ ଫିଲ୍ମ ସଂସ୍ଥା। ହେଲେ ଗୀତରେ ନାଚିଥିବା ଅଭିନେତା ସଞ୍ଜୟ ଦତ୍ତ ଓ ନୋରା ଫତେହୀ ଆସିନଥିଲେ। ଭିନ୍ନ ଭିନ୍ନ କାରଣ ଦର୍ଶାଇ ସେମାନେ ହାଜର ହେଉନାହାନ୍ତି। ଯାହାକୁ ନେଇ ଆୟୋଗ ଉଦ୍ବେଗ ପ୍ରକାଶ କରିଥିଲେ।
ଆୟୋଗ ପୁଣି ଥରେ ସଞ୍ଜୟ ଦତ୍ତ ଓ ନୋରା ଫତେହୀଙ୍କୁ ନୋଟିସ କରିଛନ୍ତି। ଉଭୟ ୭ ମେ’ ସକାଳ ସାଢ଼େ ୧୦ରେ ଜାତୀୟ ମହିଳା ଆୟୋଗ ସମ୍ମୁଖରେ ହାଜର ହେବେ। ବାସ୍ତବରେ ଆୟୋଗଙ୍କ କହିବା ଅନୁସାରେ ଏଭଳି ଗୀତ ମହିଳାଙ୍କ ମର୍ୟ୍ୟାଦା ବିରୁଦ୍ଧରେ। ଏପରି ଅଶ୍ଳୀଳ ଗୀତ ରିଲିଜ୍ କରିବାର ଅନୁମତି କାହାକୁ ନାହିଁ।
