fbpx

ଦୁନିଆର ଏହିସବୁ ପର୍ଯ୍ୟଟନସ୍ଥଳିକୁ ଯିବା ପାଇଁ କାହିଁକି କରାଯାଏ ବାରଣ; ଜାଣନ୍ତୁ ଏହା ପଛର ରହସ୍ୟ

ନୂଆଦିଲ୍ଲୀ: ବର୍ତ୍ତମାନ ଶୀତ ଋତୁ ଚାଲିଥିବା ବେଳେ ଏହି ସମୟରେ ଲୋକେ ବିଭିନ୍ନ ସ୍ଥାନକୁ ବୁଲିଯିବାକୁ ଯୋଜନା କରିଥାନ୍ତି । କିଏ ପରିବାର ସହ ବୁଲିବାକୁ ଯାଏ ତ ଆଉ କିଏ ସାଙ୍ଗସାଥୀଙ୍କ ସହ ବିଭିନ୍ନ ସ୍ଥାନକୁ ପିକନିକ ପାଇଁ ଯାଇଥାଏ । କିନ୍ତୁ ଏପରି ବି କିଛି ଲୋକ ଅଛନ୍ତି ଯେଉଁମାନେ କିଛି ଭିନ୍ନ ଏବଂ ସ୍ୱତନ୍ତ୍ର ସ୍ଥାନକୁ ବୁଲିଯିବାକୁ ପସନ୍ଦ କରିଥାନ୍ତି । କିନ୍ତୁ କିଛି କ୍ଷେତ୍ରରେ ଏଭଳି ସ୍ଥାନକୁ ଯିବା ସେମାନଙ୍କ ପାଇଁ ବିପଦ ଆଣିପାରେ । ତେବେ ଦୁନିଆରେ ଏପରି କିଛି ପର୍ଯ୍ୟଟନ ସ୍ଥଳୀ ଅଛି ଯେଉଁଠାକୁ ଯିବା ବିପଜ୍ଜନକ ହୋଇଥାଏ । ଏଥିସହିତ ସେହି ସ୍ଥାନକୁ ଯିବା ପାଇଁ ପର୍ଯ୍ୟଟକମାନଙ୍କୁ ବାରଣ ମଧ୍ୟ କରିଯାଏ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ସ୍ଥାନଗୁଡିକ ବିଷୟରେ…

୧-ହାୱାଇ ଦ୍ୱୀପପୁଞ୍ଜ( ଆମେରିକା): ହାୱାଇ ଦୀପପୁଞ୍ଜ ଆମେରିକାର ପ୍ରସାନ୍ତ ମହାସାଗର ମଧ୍ୟରେ ଥିବା ଏକ ପ୍ରନ୍ତ । ଯାହାକି ଦୁନିଆର ସବୁଠାରୁ ଭୟଙ୍କର ପର୍ଯ୍ୟଟନସ୍ଥଳୀ । ଏହି ଦ୍ୱୀପପୁଞ୍ଜର ଚତୁଃପାର୍ଶ୍ୱରେ ଅନେକ ସକ୍ରିୟ ଆଗ୍ନେୟଗିରି ରହିଛି । ଯାହାକୁ ଅତି ନିକଟରୁ ଦେଖିହୁଏ । ତେବେ ଏଠାକୁ ଯଦି କେହି ପର୍ଯ୍ୟଟକ ଯାଆନ୍ତି ତେବେ ସେଠାରେ ଥିବା ଟୁରିଷ୍ଟ ଗାଇଡ ସେମାନଙ୍କୁ ବୁଲାଇ ନିଅନ୍ତି । ତେବେ ଏଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କ କହିବା ଅନୁଯାୟୀ ଏହି ସ୍ଥାନରେ ଅନେକ ସମୟରେ ସମୁଦ୍ରରେ ନିଆଁ ଲାଗିବା ଏବଂ ଚଟାଣ ଉଡିବା ପରି ଅଜବ ଦୃଶ୍ୟ ଦେଖିବାକୁ ମିଳଳିଥାଏ । ଯାହାକି ଯେକୌଣସି ଲୋକମନରେ ଭୟ ସୃଷ୍ଟି କରିବ । ଫଳରେ ଏହି ହାୱାଇ ଦୀପପୁଞ୍ଜକୁ ଆସିବାକୁ ଲୋକଙ୍କୁ ବାରଣ କରାଯାଏ ।

୨-ସ୍ନେକ୍ ଆଇଲାଣ୍ଡ୍ (ବ୍ରାଜିଲ୍): ବ୍ରାଜିଲରେ ଥିବା ସ୍ନେକ୍ ଆଇଲାଣ୍ଡ ଦୁନିଆର ସବୁଠାରୁ ଭୟଙ୍କର ଏବଂ ବିପଜ୍ଜନକ ପର୍ଯ୍ୟଟନ ସ୍ଥଳୀ । ଏହା ବ୍ରାଜିଲର ସାଓ ପାଓଲ ସହର ଠାରୁ ୯୦ ମାଇଲ ଦୂରରେ ଅବସ୍ଥିତ । ଯେଉଁଠାରେ ବିଭିନ୍ନ ପ୍ରଜାତିର ସାପ ଦେଖିବାକୁ ମିଳିଥାଏ । କୁହାଯାଏ ଯେ ଏହି ଆଇଲ୍ୟାଣ୍ଡରେ ଥିବା ସାପଗୁଡିକ ବହୁତ ବିଷାକ୍ତ ହୋଇଥାନ୍ତି । ଏଠାରେ ଥିବା ସାପମାନଙ୍କ ପାଇଁ ବ୍ରାଜିଲ ସରକାର ଏହି ସ୍ନେକ ଆଇଲାଣ୍ଡ ପର୍ଯ୍ୟଟନ ସ୍ଥଳୀ ଉପରେ ରୋକ ଲଗାଇଛନ୍ତି ।

୩-ନାଟ୍ରୋନ ପୋଖରୀ( ତାଞ୍ଜାନିଆ): ଉତ୍ତର ତାଞ୍ଜାନିଆରେ ଏପରି ଏକ ବିପଜ୍ଜନକ ଲୁଣି ପୋଖରୀ ଅଛି । ଯାହାକୁ କୋଷ୍ଟକ ଏରିଆ ବୋଲି କୁହାଯାଏ । ତେବେ ଏଠାରେ ଥିବା ନାଟ୍ରୋନ ପୋଖରୀ ପାଣି କାଚ ପରି ଦେଖାଯାଇଥାଏ । ଯଦି କୌଣସି ପକ୍ଷୀ ଏଠାରେ ଆସି ବସିପଡେ ତେବେ ତାର ଶରୀର କିଛି କ୍ଷଣ ମଧ୍ୟରେ ପୋଲି ପାଉଁସ ହୋଇଯାଏ । ତେବେ ଏହି ଭୟଙ୍କର ପୋଖରୀକୁ ଦେଖିବାକି ଅନେକ ଲୋକ ଯାଉଥିବା ବେଳେ ଏହାର ନିକଟକୁ ଯିବାକୁ ବାରଣ କରାଯାଏ ।

Get real time updates directly on you device, subscribe now.