fbpx

ଦୁନିଆର ସବୁଠାରୁ ଦାମୀ ଅଙ୍ଗୁର, ଦାମ୍ ଜାଣିଲେ ଉଡ଼ିଯିବ ହୋସ୍

ଓଡ଼ିଶା ଭାସ୍କର ବ୍ୟୁରୋ: ଅଙ୍ଗୁର ଖାଇବାକୁ ଲୋକ ମାନେ ବେଶି ପସନ୍ଦ କରନ୍ତି । କିଛି ଲୋକଙ୍କୁ ଅଙ୍ଗୁର୍ କୁ ଫ୍ରୁଟ୍ ଚାଟ୍ ରେ ମିଶାଇ ଖାଇବାକୁ ଭଲ ଲାଗେ ସେହିପରି ଆଉ କିଛି ଲୋକଙ୍କୁ ଜୁସ୍ କରି ଖାଇବାକୁ ବେଶି ଭଲ ଲାଗେ । ଦୁନିଆରେ ଅଙ୍ଗୁର ବିଷୟରେ ଅନେକ କଥା ରହିଛି । ଭାରତରେ ଦୁଇ ପ୍ରକାରର ଅଙ୍ଗୁର ମିଳିଥାଏ । ଏଠାରେ କଳା ଏବଂ ସବୁଜ ରଙ୍ଗର ଅଙ୍ଗୁର ମିଳେ । ଯାହାକି ୧୦୦ ଟଙ୍କା କିମ୍ବା ତାଠାରୁ କମ୍ ଦାମ୍ ରେ ବଜାରରେ ଉପଲବ୍ଧ ହୋଇଥାଏ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଅଙ୍ଗୁର ବିଷୟରେ କହିବାକୁ ଯାଉଛୁୁ ଯାହା କି ଦୁନିଆର ସବୁଠାରୁ ମହଙ୍ଗା ଅଙ୍ଗୁର୍ । ଏହାକୁ ରୁବି ରୋମାନ୍ ବୋଲି କୁହାଯାଏ ।

ଏହି ମଶହୁର୍ ଅଙ୍ଗୁର୍ ର ଦାମ୍ ଲକ୍ଷ ଲକ୍ଷ ଟଙ୍କା । ଯାହା ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏହାକୁ ଅଙ୍ଗୁରର ରଲ୍ସ ରୟାଲ୍ ବୋଲି ଧରାଯାଏ । ୨୦୧୯ରେ ଜାପାନ୍ ରେ ଏହାର ସର୍ବାଧିକ ଦାମ୍ ରେ ବିକ୍ରିୀ ହୋଇଥିଲା । ଏଥିରେ ଅଧିକ ମାତ୍ରାରେ ସୁଗର୍ ଏବଂ ଜୁସ୍ ରହିଥାଏ, ଯେଉଁଥିପାଇଁ ଏହାର ଦାମ୍ ଆଶା ଠାରୁ ଅଧିକ । ରୁବି ରୋମାନ୍ ଅଙ୍ଗୁରର ପ୍ରତିଦିନ ୨୪୦୦ ଗୁଛା ଉତ୍ପାଦନ କରାଯାଏ ।

ପ୍ରତ୍ୟେକ ରୁବି ରୋମାନ୍ ଅଙ୍ଗୁର ଏହାର ଗୁଣବତ୍ତା ବଜାୟ ରଖିବାକୁ ନିଶ୍ଚିତ ଭାବରେ ଲଗାତର ଯାଞ୍ଚ କରାଯାଇଥାଏ । ପ୍ରତ୍ୟେକ ଅଙ୍ଗୁରକୁ କେବଳ ଗୁଣାତ୍ମକ ଯାଞ୍ଚ ପରେ ସାର୍ଟିଫିକେସନ୍ ସିଲ୍ ଦିଆଯାଏ । ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଯେ ଏହାର ଆକାର ଏକ ପିଙ୍ଗ୍ ପଙ୍ଗ୍ ବଲ୍ ପରି । ଜାପାନ୍ ବଜାରରେ ଏହା ଉଚ୍ଚ ଦାମ୍ ରେ ବିକ୍ରି କରାଯାଏ ଏବଂ ସେଠାରେ ଏହାର ଭଲ ଚାହିଦା ମଧ୍ୟ ରହିଛି । ଖାଲି ସେତିକି ନୁହେଁ ଏହାକୁ ନିଲାମ୍ ମଧ୍ୟ କରାଯାଏ । ଯିଏ ଅଧିକ ନିଲାମ ଡାକିବ ସେ ଏହାକୁ କିଣି ନିଏ । ରୁବି ରୋମାନ୍ ଅଙ୍ଗୁରର ଆରମ୍ଭ ୨୦୦୮ରେ ଜାପାନ୍ ରେ ହୋଇଥିଲା । ଏହି ଖାସ୍ ପ୍ରଜାତିର ଅଙ୍ଗୁରର ଓଜନ ୨୦ ଗ୍ରାମ ହୋଇଥାଏ ଏବଂ ଗୋଟିଏ ଗୁଛରେ ୨୪ଟି ଅଙ୍ଗୁର ଥାଏ । ଏହାର ଦାମ୍ ଜାପାନରେ ପ୍ରାୟ ୧୨ ଲକ୍ଷ ୟେନ୍ ଅର୍ଥାତ୍ ଭାରତୀୟ ମୁଦ୍ରାରେ ୭ ଲକ୍ଷ ୫୫ ହଜାର ଟଙ୍କା ।

 

 

Get real time updates directly on you device, subscribe now.