fbpx

୭ ବର୍ଷର ପୁଅକୁ ଧରି ଟ୍ରେନ୍ ଆଗରେ ଆତ୍ମହତ୍ୟା କଲା ମା’

ବରେଲୀ, ୧୫/୦୫(ଓଡିଶା ଭାସ୍କର) : ନିଜର ୭ବର୍ଷର ପୁଅକୁ ଧରି ଟ୍ରେନ୍ ଆଗରେ ଆତ୍ମହତ୍ୟା କରିଛି ମା’ । ଏପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ବରେଲୀ ଜିଲ୍ଲାରେ । ସେଠାରେ ଜଣେ ମହିଳା ଶୁକ୍ରବାର ସଂନ୍ଧ୍ୟାରେ ନିଜ ୭ ବର୍ଷର ପୁଅକୁ ଧରି ଦିଲ୍ଲୀରୁ ଆସୁଥିବା ଏକ ଟ୍ରେନ୍୍ ଆଗରେ ଆତ୍ମହତ୍ୟା କରିଛନ୍ତି । ଉକ୍ତ ମହିଳାଙ୍କ ନାଁ ହେଉଛି ରିହାନା । ତାଙ୍କ ବୟସ ୩୫ ବର୍ଷ ହୋଇଥିବା ବେଳେ ତାଙ୍କ ପୁଅର ବୟସ ମାତ୍ର ୭ ବର୍ଷ । ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ସେମାନଙ୍କ ମୃତ ଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏହି ଘଟଣାରେ ମୃତ ରିହାନାଙ୍କ ସ୍ୱାମୀ କହିଛନ୍ତି ଯେ, ତାଙ୍କ ସ୍ତ୍ରୀ ରିହାନା ମାନସିକ ସ୍ତରରେ ବିକଳାଙ୍ଗ ଥିଲେ । ଶୁକ୍ରବାର ସେ ଇଦ୍ ଅବସରରେ ନିଜର ସମ୍ପର୍କିୟଙ୍କ ଘରକୁ ଯାଇଥିଲେ । ଆଉ ସେଠାରୁ ଫେରିବା ପରେ ସେ ଦେଖିଥିଲେ ଯେ, ଘରେ ତାଙ୍କର ସ୍ତ୍ରୀ ଓ ତାଙ୍କ ପୁଅ ନଥିଲେ । ଆଉ ପରବର୍ତ୍ତୀ ମୁହୁର୍ତ୍ତରେ ଜାଣିବାକୁ ପାଇଥିଲେ ଯେ, ଟ୍ରେନ୍ ଆଗକୁ ଆସିଯିବା ଫଳରେ ତାଙ୍କ ସ୍ତ୍ରୀ ଏବଂ ପୁଅର ମୃତ୍ୟୁ ଘଟିଛିି । ତେବେ ରିହାନାଙ୍କ ସ୍ୱାମୀ କେତେ ଦୂର ସତ କହୁଛନ୍ତି ସେ ନେଇ ପୋଲିସ୍ ଏବେ ତଦନ୍ତ ଚଳାଇଛି ।

Get real time updates directly on you device, subscribe now.