fbpx

ମାଆ ରଖୁଥିଲା ଅବୈଧ ସମ୍ପର୍କ, ବିରୋଧ କରିବାରୁ ପୁଅକୁ ଦେଲା ଗରମ ଲୁହା ଚେଙ୍କ

ଚେନ୍ନାଇ: କୁହାଯାଏ ମାଆ କେବେ ବି ନିଜ ପିଲାମାନଙ୍କ ଖରାପ ଚିନ୍ତା କରେ ନାହିଁ । ହେଲେ ଏହି କଥାକୁ ଭୁଲ୍ ବୋଲି ସାବ୍ୟସ୍ତ କରିଛି ତାମିଲନାଡ଼ୁରୁ ଆସିଥିବା ଏହି ଖବର । ଏଠାରେ ଜଣେ ମାଆ ନିଜ ପ୍ରେମିକ ସହିତ ମିଶି ନିଜର ୧୨ ବର୍ଷ ପୁଅକୁ ନିର୍ଯାତନା ଦେଇଥିବା ଜଣାପଡ଼ିଛି । ଏହି ପରି ଏକ ଘଟଣା ଦେଖିବାକୁ ମିଳିଛି ତାମିଲନାଡ଼ୁର କୁଡ୍ଡାଲୋର୍ ଜିଲ୍ଲାରୁ । ଅଭିଯୁକ୍ତ ମାଆ ନିଜର ପୁଅ ଉପରେ ଗରମ ଲୁହା ଚେଙ୍କ୍ ଦେଇଛି । ଏନେଇ ତାଙ୍କ ପଡ଼ୋଶୀ ଚାଇଲ୍ଡଲାଇନ୍ କୁ ଏ ସମ୍ପର୍କରେ ଜଣାଇଥିଲେ ।

ସୂଚନା ମୁତାବକ, ୩୫ ବର୍ଷର ମାଆ ଓ ତାଙ୍କର ୪୦ ବର୍ଷର ପ୍ରେମିକ ପୁଅ ସହିତ ମାରପିଟ୍ କରିଥିଲେ । ଦିନେ ପିଲାଟି ମାଆଙ୍କ ପ୍ରେମ ସମ୍ବନ୍ଧକୁ ପ୍ରଶ୍ନ କରିଥିଲା । ଏହାକୁ ନେଇ ମାଆ ଓ ପ୍ରେମିକ ତାକୁ ମାଡ଼ ମାରିବା ସହିତ ଗରମ ଲୁହା ନେଇ ପୁଅର ଶରୀରରେ ଚେଙ୍କ ଦେଇ ଦେଇଥିଲେ । ସୂଚନା ପାଇ ଚାଇଲ୍ଡଲାଇନ୍ ଏବଂ ପୋଲିସ୍ ଟିମ୍ ପହଞ୍ଚି ଦୁଇ ଅଭିଯୁକ୍ତକୁ ଗିରଫ କରିଥିଲେ ।

ତେବେ ଯାହା ସୂଚନା ରହିଛି ଅଭିଯୁକ୍ତ ମହିଳାଙ୍କ ସ୍ୱାମୀଙ୍କ କ୍ୟାନସର୍ ରେ ପୀଡ଼ିତ ଥିଲେ ଓ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହାପରେ ମାଆ ଆଉ ଜଣେ ପୁରୁଷର ସମ୍ପର୍କରେ ଆସିଥିଲେ । ତାପରଠାରୁ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ବନ୍ଧ ରହିଥିଲା । ମହିଳା ଜଣକ ନିଜ ପୁଅକୁ ବିଭିନ୍ନ ପ୍ରକାରରେ ଅତ୍ୟାଚାର ଦେଉଥିଲେ । ଦିନେ ମହିଳା ଓ ତାଙ୍କ ପ୍ରେମିକ ମିଶି ପୁଅକୁ ରାତିରେ ଘରୁ ବାହାରକୁ ବାହାର କରିଦେଲେ । ପୁଅଟି ପୂରା ରାତି ଅଟୋ ରିକ୍ସାରେ ବିତାଇଥିଲେ ।

Get real time updates directly on you device, subscribe now.