fbpx

Video: ପ୍ରଥମ ମହଲାରୁ ଖସିପଡିଥାନ୍ତା ଛୁଆ, କିନ୍ତୁ ଗୋଟିଏ ମିନିଟରେ ଏପରି ଜୀବନ ବଞ୍ଚାଇଦେଲା ମା’

ନୂଆଦିଲ୍ଲୀ: କଥାରେ ଅଛି, ମା’ଠୁ ବଡ଼ ଯୋଦ୍ଧା ଆଉ କେହି ହୋଇନଥାଏ । ପରିସ୍ଥିତି ଯାହା ହେଉନା କାହିଁକି, ସେ ସବୁବେଳେ ନିଜ ପିଲାଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରନ୍ତି । ଜଣେ ମା ନିଜ ପିଲାକୁ ଅସୁବିଧାରୁ ରକ୍ଷା କରିବା ପାଇଁ ଯେକୌଣସି ସ୍ତରକୁ ଯାଇପାରନ୍ତି, ତେଣିକି ଆଗରେ ଯମରାଜ ଛିଡା ହୁଅନ୍ତି ନା କାହିଁକି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି , ଯେଉଁଥିରେ ଜଣେ ମହିଳା ‘ସୁପରମମ୍’ ପରି ନିଜ ପିଲାଙ୍କୁ ପ୍ରଥମ ମହଲାରୁ ପଡ଼ିଯିବାରୁ ରକ୍ଷା କରିଥିବା ଦେଖିବାକୁ ମିଳିଛି ।

ସୋସିଆଏ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି କି, ଲିଫ୍ଟରୁ ମା ଓ ପିଲା ବାହାରି ରୁମ୍ ଆଗରେ ଠିଆ ହୋଇଛନ୍ତି । ମା’ ଜଣକ ଫୋନରେ କଥା ହେଉଥିବା ବେଳେ ପିଲାଟି ପାଖରେ ଥିବା ପାହାଚ ପାଖରେ ଥିବା ରିଲିଂ ପାଖକୁ ଯାଉଛି । ଏହା ପରେ ପିଲାଟି ପାହାଚର ନିକଟକୁ ଯାଇ ତଳକୁ ଅନାଇବା ବେଳେ ଅଚାନକ୍ ତଳକୁ ଖସିପଡ଼ୁଛି, କିନ୍ତୁ ଠିକ୍ ସେତିକି ବେଳେ ପାଖରେ ଥିବା ପିଲାର ମା’ ‘ସୁପରମମ୍’ ପରି ଡେଇଁପଡ଼ି ପିଲାଟିକୁ ଧରିପକାଇଥିଲେ ଓ ପିଲାଟିର ଜୀବନ ବଞ୍ଚିଯାଇଥିଲା । ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଏହାକୁ ଦେଖି ପ୍ରଶଂସା କରୁଥିବା ବେଳେ କିଛି ଲୋକ କମେଣ୍ଟ କରୁଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.