fbpx

ହ୍ୱାଟସଆପରେ ଝିଅର ଅଶ୍ଳୀଳ ଫଟୋ ଦେଖି ଆଶ୍ଚର୍ଯ୍ୟ ମା’, ବଡ଼ ଭଉଣୀ ଉପରେ ଲାଗିଲା ଭାଇରାଲ୍ କରିବା ଅଭିଯୋଗ

ଭିଲାଇ: ନାବାଳିକାଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଘଟଣାଳ ଦେଖିବାକୁ ମିଳିଛି ଛତିଶଗଡ଼ର ଦୁର୍ଗ ଜିଲ୍ଲାରେ । ଏନେଇ ପୀଡ଼ିତାଙ୍କ ମାଆ ଭିଲାଇନଗର କୋତୱାଲୀ ପୋଲିସ୍ ଷ୍ଟେସନରେ ଅଭିଯୋଗ କରିଛନ୍ତି । ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ମାମଲାରେ ନାବାଳିକାଙ୍କ ବଡ଼ ଭଉଣୀ ୧୯ ବର୍ଷୀୟ ଯୁବତୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ତେବେ ଅଭିଯୁକ୍ତ ଯୁବତୀ ହେଉଛି ନାବାଳିକାଙ୍କ ନିଜ ମାଉସୀଙ୍କ ଝିଅ । କିଛି ଦିନ ହେବ ନିଜ ମାମୁଁ ଘରେ ଆସି କିଛି ଦିନ ହେବ ରହୁଥିଲେ ।

ହ୍ୱାଟସଆପ୍ ରେ ନିଜ ଝିଅର ଅଶ୍ଳୀଳ ଫଟୋ ଦେଖି ନାବାଳିକାଙ୍କ ପର୍ରିବାର ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ ସେମାନେ ଯାଇ ପୋଲିସ୍ ପାଖରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ୍ ଯାଞ୍ଚ ରୁ ଜଣାପଡ଼ିଥିଲା ଯେ, ଯେଉଁ ନମ୍ବରରୁ ଫଟୋ ଭାଇରାଲ୍ କରାଯାଇଥିଲା ସେ ନମ୍ବରଟି ନାବାଳିକାଙ୍କ ବଡ଼ ଭଉଣୀଙ୍କର ।

ଏହାପରେ ବଡ଼ ଭଉଣୀକୁ ପଚରାଉଚରା କରାଯାଇଥିଲା । ଆଉ ଜଣାପଡ଼ିଥିଲା ଯେ, କିଛି ଦିନ ତଳେ ଅଭିଯୁକ୍ତ ଯୁବତୀ ନିଜ ଛୋଟ ଭଉଣୀ ଗାଧୋଇବା ସମୟରେ ଲୁଚିଛପି ଫଟୋ ଉଠାଇଥିଲା ଏହାପରେ କିଛି ଲୋକଙ୍କ ନମ୍ବରକୁ ଫଟୋକୁ ପଠାଇଥିଲା ।

Get real time updates directly on you device, subscribe now.