ବିବାହ ବିଚ୍ଛେଦକୁ ନେଇ ଫିଡ଼ିକି ଯାଇଥିଲେ ଫ୍ୟାନ୍‌, ଜବାବ ଦେଲେ ମୌନୀ

ବିବାହ ବିଚ୍ଛେଦ ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିଲେ ମୌନୀ। ସେହି ସମୟରେ ସୋସିଆଲ ମିଡିଆରେ ସେକ୍‌ସୁଆଲ ଓରିଏଣ୍ଟେସନକୁ ନେଇ ବ୍ୟାପୁଥିବା ଅପପ୍ରଚାର ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା

ମୁମ୍ବାଇ: ପ୍ରଶଂସକଙ୍କ ଉପରେ ଫିଡ଼ିକିଗଲେ ଅଭିନେତ୍ରୀ ମୌନୀ ରୟ। ଆଉ ହସି ହସି କହିଲେ, ମୁଁ ଗେ’ ନୁହେଁ। ମୋ’ ବନ୍ଧୁତାକୁ ଭୁଲ ଦୃଷ୍ଟି କୋଣରୁ ଦେଖିବା ଠିକ୍ ନୁହେଁ। ବିବାହ ବିଚ୍ଛେଦ ଓ ମହିଳା ବାନ୍ଧବୀଙ୍କ ସହ ମିଳାମିଶାକୁ ନେଇ ସୋସିଆଲ ମିଡିଆ ଓ ବିଭିନ୍ନ ଗଣମାଧ୍ୟମରେ ହେଉଥିବା ଅପପ୍ରଚାରକୁ ନେଇ ସେ ଏପରି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ବିବାହ ବିଚ୍ଛେଦ ପରେ ପ୍ରଥମ ଥର ପାଇଁ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିଲେ ମୌନୀ। ସେହି ସମୟରେ ସୋସିଆଲ ମିଡିଆରେ ସେକ୍‌ସୁଆଲ ଓରିଏଣ୍ଟେସନକୁ ନେଇ ବ୍ୟାପୁଥିବା ଅପପ୍ରଚାର ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ଯାହାର ଉତ୍ତରରେ ମୌନୀ ରୟ କହିଥିଲେ; ଲୋକମାନେ ମୋର ମହିଳା ବନ୍ଧୁମାନଙ୍କ ସହିତ ଫଟୋ ଦେଖି ଭୁଲ କଥା କହୁଛ ନ୍ତି। ମୋତେ ଗେ’ ବୋଲି କହୁଛନ୍ତି। କିନ୍ତୁ ଏହା କେବଳ ଗୁଜବ। ବାସ୍ତବ ଜୀବନ ସହିତ ତା’ର କୌଣସି ସମ୍ପର୍କ ନାହିଁ। ସୋସିଆଲ ମିଡିଆରେ ପ୍ରଚାର ହେଉଥିବା କଥାକୁ ମୁଁ ବିଶ୍ୱାସ କରେନାହିଁ। ଏପରିକି ଗୁରୁତ୍ୱ ଦିଏନାହିଁ। ଦୁଃଖ ସମୟରେ ବନ୍ଧୁମାନେ ସାଥୀରେ ଅଛନ୍ତି ବୋଲି ମୌନୀ କହିଛନ୍ତି।

ବୈବାହିକ ଜୀବନରେ ଆସିଥିବା ଉତ୍ଥାନ-ପତନ ଓ ଛାଡ଼ପତ୍ରକୁ ନେଇ ହୋଇଥିବା ପ୍ରଶ୍ନରେ ମୌନୀ କହିଛନ୍ତି, ଯେତେବେଳେ ମୋ’ ଜୀବନ କଷ୍ଟକର ସମୟ ଦେଇ ଗତି କରୁଥିଲା, ସେତେବେଳେ ପରିବାର ଓ ଘନିଷ୍ଠ ବନ୍ଧୁମାନେ ସମ୍ଭାଳିଥିଲେ। ମୋ ସହିତ ସେମାନେ ଛିଡ଼ା ହୋଇଛନ୍ତି। ଆଶ୍ୱାସନା ଦେଇଥିଲେ। ସେମାନେ ମୋ’ ପାଖରେ ଅଛନ୍ତି ବୋଲି ମୁଁ ନିଜକୁ ଭାଗ୍ୟବତୀ ମାନେ କରେ।

ନିଜ ମହିଳା ବନ୍ଧୁମାନଙ୍କ ସହିତ ଥିବା ସମ୍ପର୍କକୁ ନେଇ ମୌନୀ ରୟ କହିଛନ୍ତି; ମୋ ଜୀବନରେ ସବୁବେଳେ ଷ୍ଟ୍ରଙ୍ଗ ଓ ହେଲ୍ପିଂ ବନ୍ଧୁମାନେ ରହିଛନ୍ତି। ଏମିତି ମହିଳାମାନେ ପ୍ରତ୍ୟେକଙ୍କ ଜୀବନରେ ରହିବା ଦରକାର। ଯେଉଁମାନେ ଭଲ ଓ ଖରାପ ଉଭୟ ସମୟରେ ଆପଣଙ୍କ ମନୋବଳ ବଢାନ୍ତି। ମୌନି ହସି ହସି ସ୍ପଷ୍ଟ କହିଥିଲେ, ମୋ ବନ୍ଧୁମାନଙ୍କ ସହିତ ଘନିଷ୍ଠତାକୁ ଦେଖି ଲୋକେ ଯାହା ଚାହିଁଲେ ଭାବନ୍ତୁ, କିନ୍ତୁ ମୁଁ ଗେ ନୁହେଁ। ମୋ ବନ୍ଧୁତାକୁ ଭୁଲ ଦୃଷ୍ଟିକୋଣରୁ ଦେଖିବା ଠିକ୍ ନୁହେଁ।

ସୂଚନାରୁ ପ୍ରକାଶ; ମୌନୀ ରୟ ଓ ସୂରଜ ନାମ୍ବିଆର ୨୦୨୨ ମସିହାରେ ବିବାହ କରିଥିଲେ। ପ୍ରାୟ ୪ ବର୍ଷ ଏକାଠି ରହିବା ପରେ ଦୁହେଁ ପାରସ୍ପରିକ ସହମତିରେ ଅଲଗା ହେବାର ନିଷ୍ପତ୍ତି ନେଲେ।