fbpx

ଚଳନ୍ତା ଗାଡ଼ିରେ ଲାଗିଲା ନିଆଁ, ଜିଅନ୍ତା ଜଳିଗଲେ ଡାକ୍ତର

ହାଇଦ୍ରାବାଦ୍: ଚଳନ୍ତା ଗାଡ଼ିରେ ଲାଗିଗଲା ନିଆଁ । ଫଳରେ ଗାଡ଼ିରେ ଥିବା ୩୯ ବର୍ଷୀୟ ଡାକ୍ତର ଭିତରେ ଫସିଯାଇଥିଲେ ଓ ପୋଡ଼ି ହୋଇ ତାଙ୍କର ମୃତ୍ୟୁ ହୋଇଯାଇଛି । ଏହିଭଳି ଏକ ହୃଦୟଥରା ଘଟଣା ଘଟିଛି ହାଇଦ୍ରାବାଦ୍ ର ଶସ୍ମାବାଦ୍ ନିକଟରେ । ଡାକ୍ତର ନିଜେ କାର୍ ଡ୍ରାଇଭିଂ କରୁଥିଲେ । ଏହି ସମୟରେ ଏହି ଅଘଟଘ ଘଟିଛି ।

ସୂଚନା ଅନୁସାରେ, ୩୯ ବର୍ଷୀୟ ଡାକ୍ତର ନୀଳପତି ସୁଧୀର ଗାଡ଼ି ଚଲାଇ ଯାଉଥିବା ବେଳେ ହଠାତ୍ ଗାଡ଼ିରେ ନିଆଁ ଲାଗି ଯାଇଥିଲା । ଏହି ସମୟରେ ଡାକ୍ତର ଗାଡ଼ି ଭିତରେ ଫସିଯାଇଥିଲେ । ଫଳରେ ଗାଡ଼ି ଭିତରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପୋଲିସ୍ ସୂଚନା ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚତିବା ବେଳକୁ ଡାକ୍ତରଙ୍କ ମୃତ୍ୟୁ ହୋଇଯାଇଥିଲା । ଫାୟାର୍ ବ୍ରିଗେଡ୍, ଗାଡ଼ିରୁ ନିଆଁ ଲିଭାଇ ଡାକ୍ତରଙ୍କ ମୃତ ଦେହକୁ ବାହାର କରାଯାଇଥିଲ।। ଶବକୁ ପୋଷ୍ଟ ମଟମ୍ ପାଇଁ ପଠାଯାଇଛି ।

Get real time updates directly on you device, subscribe now.