fbpx

ଭଉଣୀକୁ ମାଡ଼ମାରି ଅଧମରା କଲେ ଭାଇ, ଗୋଟିଏ ଦିନ ନଜାଉଣୁ ପୁଣି ଆଉ ଗୋଟିଏ ନାରୀ ନିର୍ଯ୍ୟାତନାର ଦୃଶ୍ୟ

ଭୋପାଳ: ଗୋଟିଏ ଦିନ ନଯାଉଣୁ ନାରୀ ନିର୍ଯ୍ୟାତନାର ଆଉ ଗୋଟିଏ ହୃଦୟ ଥରା ଚିତ୍ର ସାମନାକୁ ଆସିଲା । ମଧ୍ୟପ୍ରଦେଶର ଧାର ଜିଲ୍ଲାର ଟାଣ୍ଡା ଥାନା ଅଧୀନସ୍ଥ ଏକ ଗାଁରୁ ଜଣେ ଯୁବତୀଙ୍କୁ ମାଡ଼ ମାରୁଥିବା ବେଳର ଭିଡିଓ ଭାଇରାଲ୍ ହେଉଛି । ଯାହା ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି । ଏଥିରେ ଜଣେ ଯୁବତୀଙ୍କୁ ପରିବାର ଲୋକ ଓ ଗାଁର କିଛି ଲୋକ ମିଶି ମାଡ଼ ମାରୁଥିବା ଦେଖିବାକୁ ମିଳିଛି । ସେମାନେ ଉକ୍ତ ଯୁବତୀଙ୍କୁ ଲାଠି ଓ ବାଡିରେ ପଶୁଙ୍କୁ ମାରିବା ଭଳି ମାରୁଥିବା ଦେଖିବାକୁ ମିଳିଛି । ଭିଡିଓ ଭାଇରାଲ ହେବା ପରେ ଏହି ମାମଲାରେ ଏପର୍ଯ୍ୟନ୍ତ ୭ ଜଣଙ୍କୁ ଗିରଫ କରିଛି ପୁଲିସ୍ ।

ସୂଚନା ମୁତାବକ, ଭିଡିଓରେ ଥିବା ଯୁବତୀଙ୍କୁ ସମ୍ପର୍କିୟ ଭାଇ ଓ କିଛି ସମ୍ପର୍କିୟ ମିଶି ଲାଠି ଓ ବାଡ଼ିରେ ମାରୁଛନ୍ତି । ଯୁବତୀ ଜୀବନ ବିକଳରେ ଚିଲାଉଥିଲେ ମଧ୍ୟ କେହି ବି ଶୁଣିବାକୁ ନାରାଜ୍ । ଯୁବତୀଙ୍କ ଚୁଟିକୁ ଜୋରରେ ଭିଡିବା ସହିତ ତଳେ ଗଡାଇ ଖୁବ୍ ଜୋରରେ ମାଡ ମାରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ଗାଁର କିଛି ଲୋକ ଏହି ଭଳି ବର୍ବରତାକୁ ଦେଖି ମଧ୍ୟ କେହି ବି ସାହାଯ୍ୟର ହାତ ବଢ଼ାଉନାହାନ୍ତି । ତାବଦଳରେ ମାରିବା ବେଳେ କିଛି ଜଣ ସେହି ସମୟର ଭିଡିଓ ମୋବାଇଲ୍ ରେ କରିଛନ୍ତି । ଭିଡିଓଟି କିଛି ଦିନ ତଳର ହୋଇଥିବା କୁହାଯାଉଛି ।

ଉଲ୍ଲେଖନୀୟ ଯେ, ଗତକାଲି ସେହିପରି ଜଣେ ଯୁବତୀଙ୍କ ବାପା ଓ ଭାଇ ମିଶି ଗଛରେ ବାନ୍ଧି ମାରିବା କଥା ପଦାକୁ ଆସିଥିଲା । ଗଛରେ ଏକ ଦଉଡିରେ ବାନ୍ଧି ଘରଲୋକେ ମହିଳାଙ୍କୁ ଅକଥନୀୟ ଅତ୍ୟାଚାର ଦେଉଥିବା ଦେଖିବାକୁ ମିଳିଥିଲା । ଉକ୍ତ ଝିଅର ମାତ୍ର ଏତିକି ଭୁଲ୍ ଥିଲା ଯେ, ସେ କାହାକୁ କିଛି ନ କହି ମାମୁ ଘରକୁ ଚାଲି ଯାଇଥିଲା ।

Get real time updates directly on you device, subscribe now.