fbpx

ଏମଏସ ଧୋନୀ କିଣିଲେ ଇଲେକଟ୍ରିକ କାର, ୧୮ମିନିଟରେ ହେଉଛି ୮୦% ଚାର୍ଜ

ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀଙ୍କୁ ବର୍ତ୍ତମାନ ରାସ୍ତାରେ ଇଲେକ୍ଟ୍ରିକ କାର ଚଲାଉଥିବାର ଦେଖିବାକୁ ମିଳିଛି । ରିପୋର୍ଟ ଅନୁସାରେ ଧୋନୀ କିଆ କମ୍ପାନୀର ଇଭି୬ କାର କିଣିଛନ୍ତି । ସିଲଭର ରଙ୍ଗର କାରରେ ଏକ ଟେମ୍ପୋରାରୀ ନମ୍ବର ପ୍ଲେଟ ଲାଗିଥିଲା । ଯାହା ସୂଚନା ଦେଉଛି ଯେ, ଏହା ଏକ ନୂଆ କାର । କିଆର ଇଲେକ୍ଟ୍ରିକ କାର ଦେଖିବାକୁ ଷ୍ଟାଇଲସ ଏବଂ ଏଥିରେ ଜବରଦସ୍ତ ଫିଚର ରହିଛି । ସବୁଠାରୁ ବଡ କଥା ହେଉଛି ଏହାର ଫୁଲ ଚାର୍ଜରେ ଆପଣ ରାଂଚିରୁ ନେପାଳ ପର୍ଯ୍ୟନ୍ତ ପହଁଚି ପାରିବେ ।

ଏଥିରେ ବହୁ ସୁନ୍ଦର ଏୟାର ଡାଇନୋମିକରେ ଡିଜାଇନ କରାଯାଇଛି । ଗାଡ଼ିର ସାମ୍ନାରେ ଡୁଆଲ ଏଲଇଡି ହେଡଲ୍ୟାମ୍ପ ଦିଆଯାଇଛି । ଯାହା ଦେଖିବାକୁ ବହୁତ ସୁନ୍ଦର ହୋଇଛି । ଏହାର ଡୋର ହ୍ୟଣ୍ଡେଲସ ଗୁଡିକ ଡୋରରେ ଲୁଚି ରହିଛି ଯାହାକି ଆପଣ ଗାଡ଼ି ପାଖକୁ ଆସିଲେ ତାହା ଆପେଆପେ ବାହାରକୁ ବାହରିବ । ଏହି କାରରେ ୧୯ ଇଂଚ କ୍ରିଷ୍ଟଲ କଟ ଆଲୋଏ ହୁଇଲ୍ସ ଦିଆଯାଇଛି । ଏହାର ପଛପଟେ କନେକଟେଡ ଏଲିଡି ଟେଲ ଲ୍ୟାମ୍ପ ମିଳୁଛି । ଯାହା ଗାଡିକୁ କ୍ଲିନ ଓ ଫ୍ୟୁଚରିଷ୍ଟିକ ଲୁକ ଦେଉଛି ।

ଏହାଛଡା କାର ଭିତରେ ୧୨ଇଂଚର କର୍ଭଡ ଟଚ ସ୍କ୍ରିନ ସିଷ୍ଟମ ଦିଆହୋଇଛି ଯାହା ନାଭିଗେସନ ସପୋର୍ଟ ଦେବାରେ ସାହାଯ୍ୟ କରିଥାଏ । ଡ୍ରାଇଭର ଏବଂ ପ୍ୟାସେଞ୍ଜର ସିଟରେ ରିଲାକସେସନର ଫିଚର ମଧ୍ୟ ଦିଆଯାଇଛି । ଯାହାକି ଆପଣ ଏକ ବଟମ ଦବାଇ ସିଟର ରେକ୍ଲାଇନ କରି ପାରିବେ । ଏଥିରେ ହେଡଅଫ ଡିସପ୍ଲେ ମଧ୍ୟ ମିଳୁଛି ।

ତେବେ ଭାରତରେ ଏହି କାରର ମୂଲ୍ୟ ୫୯.୯୫ ଲକ୍ଷ ଟଙ୍କା ରୁ ୬୪.୯୫ ଲକ୍ଷ ଟଙ୍କା ରହିଛି । ଏଥିରେ ୭୭.୪ କେଡବ୍ଲୁଏଚ ର ବ୍ୟାଟେରୀ ଦିଆଯାଇଛି । ଯାହାକୁ ଆପଣ ଗୋଟେଥର ଚାର୍ଜ କରିସାରିବା ପରେ ଗାଡି ୭୦୮ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ । ଏହି ଇଲେକ୍ଟ୍ରିକ କାରର ବଡ କଥା ହେଉଛି ଏହା ୧୮ ମିନିଟରେ ୧୦ ପ୍ରତିଶତରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ ହୋଇପାରୁଛି ।

Get real time updates directly on you device, subscribe now.