fbpx

ମାସେ ହେବ ଯନ୍ତ୍ରଣା ଭୋଗୁଛନ୍ତି MS ଧୋନୀ: ୪୦ ଟଙ୍କିଆ ଔଷଧରେ ଚାଲିଛି ଚିକିତ୍ସା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଗତ ଏକ ମାସ ହେବ ଯନ୍ତ୍ରଣା ଭୋଗୁଛନ୍ତି । ଆଣ୍ଠୁ ସମସ୍ୟାରେ ପୀଡିତ ଥିବା ବେଳେ ସେ କୌଣସି ମହଙ୍ଗା ଡାକ୍ତରଙ୍କ ପାଖକୁ ଯାଇନାହାନ୍ତି । ଏହାର ଚିକିତ୍ସା ରାଞ୍ଚିର ଏକ ଦୂର ଗାଁରେ ହେଉଛି । କଥାଟି ବିଶ୍ୱାସ ହେଉ ନଥିଲେ ବି ସତ ।

ସୂଚନା ଅନୁସାରେ, ରାଞ୍ଚିଠାରୁ ୭୦ କିମି ଦୂର ଲାପୁଙ୍ଗ ଜଙ୍ଗଲରେ ଥିବା ବୈଦ୍ୟ ବନ୍ଧନ ସିଂ ଖେରୱାର ଧୋନୀଙ୍କ ଚିକିତ୍ସା କରୁଛନ୍ତି । ଔଷଧ ସହ ତାଙ୍କ ଫିସ ମାତ୍ର ୪୦ ଟଙ୍କା । ଧୋନୀଙ୍କୁ ବୈଦ୍ୟଜଣଙ୍କ ପ୍ରଥମେ ଚିହ୍ନି ପାରି ନ ଥିଲେ । ତାଙ୍କ ସହ ଆସିଥିବା ବ୍ୟକ୍ତିମାନେ ପରିଚିତ କରାଇଥିଲେ । ସେବେଠାରୁ ପ୍ରାୟ ୪ରୁ ୭ ଦିନ ବ୍ୟବଧାନରେ ଧୋନୀ ଏଠାକୁ ଆସିଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ଏହି ଷ୍ଟାର ଖେଳାଳିଙ୍କ ସହ ଫଟୋ ଉଠାଇବା ପାଇଁ ଭିଡ ଜମୁଛି । ଅନ୍ୟ ରୋଗୀମାନଙ୍କ ଯେପରି ଅସୁବିଧା ନ ହେବ ସେଥିପାଇଁ ଧୋନୀଙ୍କ କାର ନିକଟକୁ ବୈଦ୍ୟ ଜଣଙ୍କ ଔଷଧ ପଠାଇ ଦେଉଛନ୍ତି ।

ତେବେ ବୈଦ୍ୟ ବନ୍ଧନ ସିଂ କାତିଙ୍ଗକେଲାରେ ଗତ ୨୮ ବର୍ଷ ହେବ ଏକ ଗଛ ତଳେ ଟେଣ୍ଟ ଲଗାଇ ଅନେକ ରୋଗର ଚିକିତ୍ସା କରୁଛନ୍ତି । ସେ କହିଛନ୍ତି କି, ଗତ ଏକ ମାସ ପାଇଁ ପ୍ରତି ଚାରି ଦିନର ବ୍ୟବଧାନରେ ଧୋନୀ ଔଷଧ ନେବାକୁ ପହଞ୍ଚୁଛନ୍ତି । ବାସ୍ତବରେ ହାଡ ରୋଗର ଚିକିତ୍ସା ପାଇଁ ବୈଦ୍ୟ ଯେଉଁ ଔଷଧ ପ୍ରସ୍ତୁତ କରୁଛନ୍ତି, ତାହା ରୋଗୀଙ୍କ ପାଇଁ ଘରକୁ ନେବାର ସୁବିଧା ନାହିଁ । ଗତ ଏକ ମାସ ମଧ୍ୟରେ ଗାଁର ଅନେକ ଲୋକ ଧୋନୀଙ୍କ ସହ ଫଟୋ ମଧ୍ୟ ଉଠାଇଛନ୍ତି ।

Get real time updates directly on you device, subscribe now.