fbpx

ପ୍ରତିବାଦ ନିଆଁରେ ଜଳୁଛନ୍ତି ମୁକ୍ତିକାନ୍ତ , ନିଜକୁ ଜାଳିବାରୁ ଅଟକେଇବେ କି ନବୀନ !

ଭୁବନେଶ୍ୱର:ହୋର୍ଡିଂ ଉପରେ ବସି ମୁକ୍ତିକାନ୍ତ ପ୍ରତିବାଦ କରୁଛନ୍ତି ଆଉ ସେପଟେ ମାଆ କହୁଛି ପୁଅ ତୁ ଘରକୁ ଫେରିଆ । ସେମାନେ ବଡବଡୁଆ ଲୋକଙ୍କ କଥା ଶୁଣନ୍ତି, ଆମ ଭଳି ଗରିବଙ୍କ କଥା ଶୁଣିବେ ନାହିଁ । ଜୀବନ ବଞ୍ଚେଇ ଆସେ ଘରକୁ ଫେରିଆ । ଯେତେବେଳେ ଜଣେ ମା ଗଣମାଧ୍ୟମରେ ତା ପୁଅକୁ ଆତ୍ମହତ୍ୟା ଉଦ୍ୟମ କରୁଥିବାର ଦେଖିବ କିଭଳି ବା ସେ ମାଆ ତାର କୋହ ଅଟକାଇ ପାଇପାରିବ । ସେପଟେ ପ୍ରତିବାଦର ନିଆଁରେ ମୁକ୍ତିକାନ୍ତ ଗର୍ଜ୍ଜୁଥିବା ବେଳେ ଏପଟେ କାନ୍ଦି କାନ୍ଦି ମାଆ ଗୁହାରୀ କରୁଛି ।

ରାଉରକେଲାର ପ୍ରଗତି ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ସବୁ ପ୍ରକଳ୍ପର ଭେଟି ଦେଖଥିଲେ ତାହା ଆରମ୍ଭ ହୋଇଛି ସତ, କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରି ନାହିଁ । ଯାହା ପାଇଁ ଆଜି ମୁକ୍ତିକାନ୍ତ ତାଙ୍କ ଜୀବନ ହାରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଦୀର୍ଘ ୭ ଦିନ ହେଲାଣି ଶିଶୁ ଭବନ ଛକରେ ଧାରଣାରେ ବସିଛନ୍ତି ମୁକ୍ତିକାନ୍ତ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସେ ରାଉରକେଲାରୁ ପଦ ଯାତ୍ରାରେ ବାହାରି ଆସିଥିଲେ । ଆଉ ତାଙ୍କ ସହିତ ତାଙ୍କ କାନ୍ଧରେ ଥିଲା ସେହି ଅସମ୍ପୂର୍ଣ୍ଣ ପ୍ରକଳ୍ପର ଭାର । ଆଶା ଥିଲା ମୁଖ୍ୟମନ୍ତ୍ରୀ ଖୁବ ଶୀଘ୍ର ଭେଟି ତାଙ୍କୁ ଏହି ସବୁ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି କିଛି କହିବେ, କିନ୍ତୁ ସେଭଳି କିଛି ହେଲା ନାହିଁ । ରାଜଧାନୀର ମଶା ଆଉ ବଢ଼ୁଥିବା ଶୀତ ଆପଣ ସମସ୍ତଙ୍କୁ ଜଣା । ଆଉ ମୁକ୍ତିକାନ୍ତ ୭ ଦିନ ହେବ ଏହି ଖୋଲା ଆକାଶ ତଳେ ଶିଶିରରେ ୭ ଦିନ ବିତାଉଛନ୍ତି । ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ବିଗୁଡିଛି । କିନ୍ତୁ ମୁଖ୍ୟମନ୍ତ୍ରୀ ଦେଖା ଦେଉନାହାନ୍ତି । ତେବେ ଏହି ସବୁ ଘଟଣା ପରେ ଆଜି ମୁକ୍ତିକାନ୍ତ ଏକ ଚରମନିଷ୍ପତି ନେଇଛନ୍ତି ।

ମୁକ୍ତିକାନ୍ତ ଆଜି ଯେଉଁ ପ୍ରତିବାଦ କରୁଛନ୍ତି ସେଥିରେ ତାଙ୍କର କୌଣସି ବ୍ୟକ୍ତିଗତ ସ୍ୱାର୍ଥ ନାହିଁ ସେଥିରେ ଅଛି ତାଙ୍କର ଅଞ୍ଚଳବାସୀଙ୍କ ସମସ୍ୟା । ଯାହାପାଇଁ ଆଜି ହାତରେ ଡିଜେଲ ଧରି ମୁକ୍ତିକାନ୍ତ ହୋର୍ଡିଂ ଉପରେ ବସିଛନ୍ତି । ମୁକ୍ତିକାନ୍ତଙ୍କୁ ଉଦ୍ଧାର କରିବା ପାଇଁ ସବୁ ଉଦ୍ୟମ ଆରମ୍ଭ ହୋଇଛି, ଅଗ୍ନିଶମବାହୀନି ମଧ୍ୟ ଆସି ପହଞ୍ଚିଛନ୍ତି କିନ୍ତୁ ମୁକ୍ତିକାନ୍ତଙ୍କ ଗୋଟିଏ ଜିଦ ଏଠାରୁ ମୁଁ ଖାଲି ହାତରେ ଫେରିବି ନାହିଁ । ମୁଖ୍ୟମନ୍ତ୍ରୀ କାର୍ଯ୍ୟ ଗୁଡିକର ଯଥାଶୀଘ୍ର କାର୍ଯ୍ୟପୂର୍ଣ୍ଣ ହେବ ବୋଲି ଲିଖିତ ଭାବରେ ଦିଅନ୍ତୁ ନଚେତ ମୁଁ ମୋର  ଜୀବନ ଏଠାରେ ତ୍ୟାଗ କରିବି ।

ତେବେ ଦେଖିବା ବାକି ରହିଲା ଏହି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ କଣ ନିଷ୍ପତ୍ତି ନେଉଛନ୍ତି ।

Get real time updates directly on you device, subscribe now.