fbpx

ଇତିହାସ ରଚିଲେ ମୁକେଶ ଅମ୍ବାନୀ, ଏଲନ ମସ୍କ-ଜେଫ ବେଜୋସଙ୍କ ସହିତ ଏହି ସ୍ପେଶାଲ କ୍ଲବରେ ହେଲେ ସାମିଲ୍

ନୂଆଦିଲ୍ଲୀ : କେବଳ ଦେଶ ନୁହେଁ ଏସିଆର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଆଉ ଏକ ଚତିହାସ ରଚିଛନ୍ତି । ସେ ଏଲନ ମସ୍କ ଓ ଜେଫ ବେଜୋସଙ୍କ ସହିତ ଦୁନିଆର ୧୦୦ ବିଲିୟନ ଡଲାର ସଂପତ୍ତି ଥିବା ଅରବପତିଙ୍କ ତାଲିକାରେ ସାମିଲ୍ ହୋଇ ଯାଇଛନ୍ତି । ବ୍ଲୁମର୍ଗ ବିଲେନିୟର୍ସ ଇଣ୍ଡେକ୍ସ ଅନୁଯାୟୀ, ଚଳିତ ବର୍ଷ ମୁକେଶ ଅମ୍ବାନୀଙ୍କ ସଂପତ୍ତିରେ ୨୩.୮ ବିଲିୟନ ଡଲାର ବୃଦ୍ଧି ଘଟିଛି । ସଦ୍ୟତମ ସୂଚନା ଅନୁଯାୟୀ, ତାଙ୍କର ମୋଟ୍ ସଂପତ୍ତି ୧୦୦.୧ ବିଲିୟନ ଡଲାରରେ ପହଞ୍ଚିଛି ।

୧୦୦ ବିଲିୟନ ଡଲାର କ୍ଲବରେ କିଏ କିଏ ସାମିଲ୍

ମୁକେଶ ଅମ୍ବାନୀ ୧୦୦ ବିଲିୟନ ଡଲାରର ସୂଚୀରେ ୧୧ତମ ସ୍ଥାନରେ ଅଛନ୍ତି । ଏହି ତାଲିକାରେ ସବୁଠୁ ଉପରେ ଟେସଲାର ମାଲିକ ଏଲନ ମସ୍କ ରହିଛନ୍ତି । ତାଙ୍କ ପରେ ଆମାଜନର ପୂର୍ବତନ ସିଇଓ ଜେଫ ବେଜୋସ, ବର୍ଣ୍ଣାଡ ଆରନଲ୍ଟ, ବିଲ୍ ଗେଟ୍ସ, ଲାରି ପେଜ୍, ମାର୍କ ଜୁକରବର୍ଗ ରହିଛନ୍ତି ।

୬୪ ବର୍ଷୀୟ ମୁକେଶ ଅମ୍ବାନୀ ଯେବେଠୁ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ଦାୟିତ୍ୱ ସମ୍ଭାଳିଛନ୍ତି ତେବେଠୁ କେବେ ପଛକୁ ଫେରି ଚାହିଁ ନାହାନ୍ତି । ତାଙ୍କ ନେତୃତ୍ୱରେ ଏନର୍ଜି ସେକ୍ଟର ସହିତ ରିଟେଲ୍, ଇ-କମର୍ସ ସେକ୍ଟର ବହୁତ ମଜୁବତ ସହ ଆଗକୁ ବଢିଛି । ୨୦୧୬ରେ ସେ ଟେଲିକମ ସେକ୍ଟରରେ ପାଦ ଦେଲେ ଏବଂ ଆଜି ଭାରତୀୟ ବଜାରରେ ଜିଓର ପ୍ରଭୁତ୍ୱ ରହିଛି । ଏବେ ତାଙ୍କ ନଜର ଗ୍ରୀନ ଏଜର୍ଜି ଉପରେ ରହିଛି । ଚଳିତ ବର୍ଷ ଜୁନରେ ସେ ଘୋଷଣା କରିଥିଲେ ଯେ, ଆଗାମୀ ତିନି ବର୍ଷରେ ସେ ଏହି ସେକ୍ଟରରେ ୧୦ ବିଲିୟନ ଡଲାର ନିବେଶ କରିବେ ।

Get real time updates directly on you device, subscribe now.