fbpx

ଭାଇ ଅନିଲ ଅମ୍ବାନୀଙ୍କ ଦେବାଳିଆ କମ୍ପାନୀକୁ କିଣିବେ ମୁକେଶ ଅମ୍ବାନୀ, ମିଳିଲା ଅନୁମତି

ମୁମ୍ବାଇ: ଜାତୀୟ କମ୍ପାନୀ ଲ ଟ୍ରିବୁନାଲ(ଏନସିଏଲଟି) ରିଲାଏନ୍ସ ଇନ୍‌ଫ୍ରାଟେଲ୍‌(ଆରଆଇଟିଏଲ)କୁ ଅଧିଗ୍ରହଣ କରିବାକୁ ରିଲାଏନ୍ସ ଜିୟୋକୁ ଅନୁମତି ଦେଇଛନ୍ତି। ଏନସିଏଲଟି ଜିୟୋକୁ ଆରକଁମ୍ ଟାୱାର୍ ଏବଂ ଫାଇବାର ସମ୍ପତିକୁ ଅଧିଗ୍ରହଣ କରିବାକୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ) ଏସ୍କ୍ରୋ ଖାତାରେ ୩ ହଜାର ୭୨୦ କୋଟି ଟଙ୍କା ଜମା କରିବାକୁ କହିଛନ୍ତି।

ଜିୟୋ ରିଲାଏନ୍ସ ଇନ୍‌ଫ୍ରାଟେଲ୍ ଅଧିଗ୍ରହଣ କରିବା ପାଇଁ ୬ ନଭେମ୍ବରକୁ ଏସ୍କ୍ରୋ ଖାତାରେ ୩ ହଜାର ୭୨୦ କୋଟି ଜମା କରିବାକୁ ପ୍ରସ୍ତାବ ଦେଇଥିଲା । ଶିଳ୍ପତି ମୁକେଶ ଅମ୍ବାନୀଙ୍କ ଜିୟୋ ୨୦୧୯ ନଭେମ୍ବରରେ ସାନ ଭାଇ ଅନିଲ ଅମ୍ବାନୀଙ୍କ ରିଲାଏନ୍ସ କମ୍ୟୁନିକେଶନ ଋଣରେ ବୁଡ଼ି ରହିଥିବା ବେଳେ ମୁକେଶ ଅମ୍ବାନୀ ଏହାକୁ କିଣିବା ପାଇଁ ୩ ହଜାର ୭୨୦ କୋଟି ଟଙ୍କାର ନିଲାମ ଡାକିଥିଲେ ।

ଋଣ ଦାତାଙ୍କ କମିଟି(ସିଓସି) ଜିୟୋର ସମାଦାନ ଯୋଜନାକୁ ୪ ମାର୍ଚ୍ଚ, ୨୦୨୦ କୁ ଶତପ୍ରତିଶତ ମଞ୍ଜୁରୀ ଦେଇଛନ୍ତି । ଆରଆଇଟିଏଲ ପାଖରେ ସମଗ୍ର ଦେଶରେ ପ୍ରାୟ ୧.୭୮ ଲକ୍ଷ ଋଟ କିଲୋମିଟରର ଫାଇବର ସମ୍ପତି ରହିଛି ଏବଂ ୪୩,୫୪୦ ମୋବାଇଲ ଟାବ୍ୱାର ରହିଛି ।

Get real time updates directly on you device, subscribe now.