fbpx

Mukesh Ambaniଙ୍କ କମ୍ପାନୀ ଦେଇଛି ୨ ଲକ୍ଷରୁ ଅଧିକ ଲୋକଙ୍କୁ ଚାକିରି, 5G ପାଇଁ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ମାର୍କେଟ କ୍ୟାପିଟାଲାଇଜେସନ(ଏମକ୍ୟାପ୍) ହିସାବରେ ଦେଶର ସବୁଠୁ ମୂଲ୍ୟବାନ କମ୍ପାନୀ ଭାବରେ ରହିଛି । ସୋମବାର କମ୍ପାନୀ ଏହାର ବାର୍ଷିକ ରିପୋର୍ଟ ଜାରି କରିଛି । ଏଥିରେ ଚେୟାରମ୍ୟାନଙ୍କଠାରୁ ଆରମ୍ଭ କରି ଅଧିକାରୀଙ୍କ ଦରମା ପର୍ଯ୍ୟନ୍ତ ସୂଚନା ରହିଛି । ଏଥିରେ କୁହାଯାଇଛି ଯେ କମ୍ପାନୀ ଆର୍ଥିକ ବର୍ଷ ୨୦୨୨ ରେ କେତେ ଲୋକଙ୍କୁ ଚାକିରି ଦେଇଛି ।

ରିପୋର୍ଟ ଅନୂଯାୟୀ, ରିଲାଏନ୍ସ ଗ୍ରୁପ୍ ଆର୍ଥିକ ବର୍ଷ ୨୦୨୧-୨୨ ରେ ସମୁଦାୟ ୨.୩୨ ଲକ୍ଷ ଲୋକଙ୍କୁ ଚାକିରି ଦେଇଛି, ଏହାସହ ରିଲାଏନ୍ସର ସମୁଦାୟ ୱାର୍କଫୋସ୍ ୩.୪୩ ଲକ୍ଷରେ ପହଞ୍ଚିଛି । ବାର୍ଷିକ ରିପୋର୍ଟରେ କୁହାଯାଇଛି ଯେ ଏହି ଅବଧିରେ ୧,୬୮,୯୧୦ ଲୋକଙ୍କୁ ରିଟେଲ ସେକ୍ଟର ଏବଂ ୫୭,୮୮୩ ଲୋକଙ୍କୁ ରିଲାଏନ୍ସ ଜିଓରେ ଚାକିରି ଦିଆଯାଇଛି । ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ କମ୍ପାନୀ ଆର୍ଥିକ ବର୍ଷ ୨୦୨୨ ରେ ବାର୍ଷିକ ଆଧାରରେ ୧୦୦ ଆରବ ଡଲାରରୁ ଅଧିକ ଆୟ କରୁଥିବା ଦେଶର ପ୍ରଥମ କମ୍ପାନୀ ହୋଇଛି ।

୫ଜି କୁ ନେଇ ରିପୋର୍ଟରେ କୁହାଯାଇଛି ଯେ ରିଲାଏନ୍ସ ଜିଓ ୫ଜି କଭରେଜ୍ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି । ଦେଶର ଟପ୍ ୧୦୦ ସହରରେ ଏହି କାମ ସଂପୂର୍ଣ୍ଣ ମଧ୍ୟ ହୋଇଛି । ରିପୋର୍ଟରେ  କୁହାଯାଇଛି ଯେ ଚଳିତ ବର୍ଷ ଜୁନ୍ ରେ ଜିଓ ୟୁଜର୍ସଙ୍କ ସଂଖ୍ୟା ୪୧.୦୨ କୋଟି ଥିଲା ଯାହା ଜୁନ୍ ମାସ ଶେଷ ସୁଦ୍ଧା ୪୧.୯୯ କୋଟି ହୋଇଥିଲା । କୌଣସି ଦେଶରେ ସବସ୍କ୍ରାଇବରଙ୍କ ସଂଖ୍ୟା ଭାବରେ ଜିଓ ସବୁଠୁ ବଡ଼ କମ୍ପାନୀ ଅଟେ ।

ଏହା ସହ ରିପୋର୍ଟରେ ମୁକେଶ ଅମ୍ବାନୀଙ୍କ ଦରମା ନନେବା କଥା ମଧ୍ୟ କୁହାଯାଇଛି । ଯେଉଁଥିରେ କୁହାଯାଇଛି ଯେ କରୋନା ମହାମାରୀ ଯୋଗୁଁ କାରବାର ଏବଂ ଦେଶର ଆର୍ଥିକ ବ୍ୟବସ୍ଥା ଉପରେ ପଡ଼ିଥିବା ପ୍ରଭାବକୁ ଦେଖି ସ୍ୱେଚ୍ଛାକୃତ ଭାବରେ ନିଜର ପାରିଶ୍ରମିକର ତ୍ୟାଗ କରିଥିଲେ ଏବଂ ବିନା ଦରମାରେ କାମ କରିଛନ୍ତି ।

Get real time updates directly on you device, subscribe now.