ବଲିଉଡ୍ ଇଣ୍ଡଷ୍ଟ୍ରିକୁ ଆଉ ଏକ ଝଟକା, ଆଉ ନାହାନ୍ତି ଅଭିନେତା ମୁକୁଲ ଦେବ

୫୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ ମୁକୁଲ।

ନୂଆଦିଲ୍ଲୀ:  ବଲିଉଡ୍ ଇଣ୍ଡଷ୍ଟ୍ରି ଉପରେ ପୁଣି ଥରେ ମାଡ଼ିଗଲା ଦୁଃଖର କଳାବାଦଲ। ସଲମାନ ଖାନ ଏବଂ ଅଜୟ ଦେବଗନଙ୍କ ସହିତ ଫିଲ୍ମରେ ନଜର ଆସିଥିବା ଅଭିନେତା ମୁକୁଲ ଦେବ ଦୁନିଆକୁ ସବୁଦିନ ପାଇଁ ଅଲବିଦା କହିଛନ୍ତି।

Uttarakhand Govt.

ମୁକୁଲ ‘ସନ୍ ଅଫ୍ ସର୍ଦ୍ଦାର’, ‘ଆର୍…ରାଜକୁମାର’, ‘ଜୟ ହୋ’ ଭଳି ଅନେକ ଫିଲ୍ମରେ ନଜର ଆସିଛନ୍ତି। ଚଳଚ୍ଚିତ୍ର ଜଗତର ଏତେ ପ୍ରସିଦ୍ଧ ଚେହେରା ହଠାତ୍ ବିଦାୟ ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ମେ’ ୨୩ ତାରିଖ ଅର୍ଥାତ୍ ଶୁକ୍ରବାର ରାତିରେ ମୁକୁଲଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ମୁକୁଲଙ୍କୁ ୫୪ ବର୍ଷ୍ ବୟସ ହୋଇଥିଲା।  ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି।