fbpx

ଭିଟାମାଟିରେ ହେବ ଶେଷକୃତ୍ୟ; ଯୋଗଦେବେ ଅନେକ ବରିଷ୍ଠ ନେତା

ନୂଆଦିଲ୍ଲୀ: ଆଜି ସମାଜବାଦୀ ପାର୍ଟୀର ନିର୍ମାତା ମୁଲାୟମ ସିଂ ଯାଦବଙ୍କ ଶେଷକୃତ୍ୟ ପାଳନ କରାଯିବ । ଆଜି ଅପରାହ୍ନ ୩ଟା ସମୟରେ ତାଙ୍କର ଶେଷକୃତ୍ୟ ହେବ ।ତାଙ୍କର ଜନ୍ମସ୍ଥାନ ଉତ୍ତରପ୍ରଦେଶ ସୈଫୈଇ ଠାରେ ଏହା ପାଳିତ ହେବ । ତାଙ୍କର ଶେଷ ଦର୍ଶନରେ ଆମର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସାମିଲ ହେବେ ବୋଲି ସୂଚନା ମିଳିଛି । ଏହା ସହିତ ଅନେକ ବରିଷ୍ଠ ନେତା ମାନେ ମଧ୍ୟ ସାମିଲ ହେବେ ।

ସୂଚନାମୁତାବକ ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା । ସେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ନିଜ ଶେଷନିଶ୍ୱାସ ତ୍ୟାଗ କରିଥିଲେ ।ଗତକାଲି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟ ନେତା ମୁଲାୟମ ସିଂ ଯାଦବଙ୍କୁ ପୁଷ୍ପଗୁଚ୍ଚ ମାଲ୍ୟାପଣ କରିଥିଲେ ।

ମୁଲାୟମ ସିଂ ଯାଦବଙ୍କୁ ୟୁରିନ୍ ସଂକ୍ରମଣ, ବ୍ଲଡ ପ୍ରେସରର ସମସ୍ୟା ସହିତ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିଲା, ଯାହାଫଳରେ ତାଙ୍କୁ ମେଦାନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅତି ଗୁରୁତର ଥିଲା । ତେବେ ମୁଲାୟମ ୩ ଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ ୭ ଥର ସଂସଦକୁ ନିର୍ବାଚିତ ହେବା ସହ କେନ୍ଦ୍ରରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ କାମ କରିଥିଲେ । ୟୁପିରୁ ୮ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଆଜି ସକାଳ ୮ଟା ୧୬ ମିନିଟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୁଲାୟମଙ୍କ ମୃତ୍ୟୁକୁ ନେଇ ଅନେକ ବରିଷ୍ଠ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.