fbpx

ୟୁପିରେ ଦଳବଦଳ ରାଜନୀତି: ବିଜେପିକୁ ଯିବେ ମୁଲୟାମ ସିଂ ଯାଦବଙ୍କ ବୋହୂ

ନୂଆଦିଲ୍ଲୀ: ଦିନକୁ ଦିନ ଗୋଳିଆ ହେବାରେ ଲାଗିଛି ଉତ୍ତର ପ୍ରଦେଶ ରାଜନୀତି । ନିର୍ବାଚନ ପୂର୍ବରୁ ଦଳବଦଳ ନୀତି ବେଶ ଜୋରଦାର ହେବାରେ ଲାଗିଛି । ଦଳ ଛାଡି ବିପକ୍ଷ ଦଳରେ ଯୋଗ ଦେବାର ଏହି ପରମ୍ପରାରେ ସାମିଲ ହୋଇଛନ୍ତି ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ବୋହୂ । ନିକଟରେ ୧୪ ଜଣ ବିଧାୟକ ଓ ୩ ଜଣ ମନ୍ତ୍ରୀ ବିଜେପି ହାତ ଛାଡି ସମାଜବାଦୀ ପାର୍ଟିରେ ଯୋଗ ଦେଇଥିବା ବେଳେ ମୁଲାୟମଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ଗେରୁଆ ଦଳର ହାତ ଧରିବା ଖବର ସାମ୍ନାକୁ ଆସିଛି ।

ମୁଲାୟମଙ୍କ ସାନପୁଅ ପ୍ରତୀକ ଯାଦବଙ୍କ ପତ୍ନୀ ଅପର୍ଣ୍ଣା ୨୦୧୭ରେ ସପାର ବିଧାୟିକା ପ୍ରାର୍ଥୀ ଥିଲେ । ୨୦୧୭ରେ ଲକ୍ଷେ୍ନø କେଣ୍ଟରୁ ନିର୍ବାଚନ ଲଢିଥିବା ଅପର୍ଣ୍ଣା ବିଜେପିର ରୀତା ବହୁଗୁଣା ଯୋଶୀଙ୍କ ଠାରୁ ପରାଜିତ ହୋଇଥିଲେ । ବିଗତ କିଛି ଦିନ ଧରି ଅପର୍ଣ୍ଣା ଓ ବିଜେପି ମଧ୍ୟରେ ଆଲୋଚନା ଜାରି ରହିଥିବା ବେଳେ ଅପର୍ଣ୍ଣା ବିଜେପିରେ ଯୋଗ ଦେବାର ସମ୍ଭାବନା ସୃଷ୍ଟି ହୋଇଛି । ପ୍ରଥମ ପର୍ଯ୍ୟାୟରେ ବିଜେପି ପକ୍ଷରୁ ୧୦୭ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ୨୯୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ୩୦୩ ଆସନ ସହିତ ବିପୁଳ ବିଜୟ ହାସଲ କରିଥିଲା ।

Get real time updates directly on you device, subscribe now.