fbpx

ବେଶ୍ୟାବୃତି ଅପରାଧ ନୁହେଁ, କିନ୍ତୁ ଏହାକୁ ସର୍ବସାଧାରଣ ସ୍ଥାନରେ କରିବା ଅପରାଧ ହୋଇପାରେ: ମୁମ୍ବାଇ କୋର୍ଟ

ନୂଆଦିଲ୍ଲୀ: ମୁମ୍ବାଇର ଏକ ସେସନ୍ କୋର୍ଟ କହିଛନ୍ତି ଯେ ଯଦି କେହି ନିଜ ଇଚ୍ଛାରେ ଯୌନ କାର୍ଯ୍ୟ କରନ୍ତି ତେବେ ଏହା ଅପରାଧ ନୁହେଁ। ତଥାପି ସର୍ବସାଧାରଣ ସ୍ଥାନରେ ଏପରି କାର୍ଯ୍ୟ କରିବା ଅପରାଧ ଅଟେ। କୋର୍ଟ କହିଛନ୍ତି, ଯଦି ସର୍ବସାଧାରଣ ସ୍ଥାନରେ ଯୌନ କାର୍ଯ୍ୟ କରାଯାଏ ଯେଉଁଠାରେ ଲୋକଙ୍କର ଏପରି କାର୍ଯ୍ୟରେ ସମସ୍ୟା ରହିଥାଏ, ତେଣୁ ଏହାକୁ ଅପରାଧ ବର୍ଗରେ ରଖାଯିବ। ୩୪ ବର୍ଷ ବୟସ୍କା ମହିଳାଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନ ଉପରେ କୋର୍ଟ ଶୁଣାଣି କରିଥିଲେ।

ଫେବୃଆରୀରେ ମାସରେ ପୋଲିସ ଚଢ଼ାଉ କରି ସମ୍ପୃକ୍ତ ମହିଳାଙ୍କୁ ଧରିଥିଲା ଏବଂ ପରେ ତାଙ୍କୁ ସରକାରୀ ଆଶ୍ରୟ ଗୃହରେ ରଖିବାକୁ କୋର୍ଟ ନିର୍ଦେଶ ଦେଇଥିଲେ। ମହିଳା ଜଣକ ଏହି ନିଷ୍ପତିର ବିରୋଧ କରି ସେସନ କୋର୍ଟରେ ଆବେଦନ କରିଥିଲେ। ସେସନ୍ସ କୋର୍ଟ ଏହି ଆଦେଶକୁ ଖଣ୍ଡନ କରି କହିଛନ୍ତି ଯେ ଧାରା ୧୯ ଅନୁଯାୟୀ ଦେଶର ଯେକୌଣସି ଅଞ୍ଚଳରେ ଯିବା ଆସିବା କରିବା ତଥା ରହିବା ମୌଳିକ ଅଧିକାରର ଏକ ଅଂଶ ଏବଂ ଏହାକୁ ଉଲ୍ଲଂଘନ କରାଯାଇପାରିବ ନାହିଁ।

କୋର୍ଟ କହିଛନ୍ତି, ପୀଡିତା ଯଦି ଏହି ଦେଶର ନାଗରିକ। ଯଦି ତାଙ୍କୁ ଅନାବଶ୍ୟକ ଭାବେ ଅଟକ ରଖାଯାଏ ତେବେ ଏହା ଭୁଲ ଅଟେ। ତେବେ ସେ ସର୍ବସାଧାରଣ ସ୍ଥାନରେ ଯୌନ କାର୍ଯ୍ୟରେ ଲିପ୍ତ ଥିଲେ କି ନାହିଁ ତାହା ପୋଲିସ ଜାଣିବା ଉଚିତ୍। ଯଦି ତାହା ହୋଇନଥିବ ତେବେ ଏହା ଅପରାଧ ନୁହେଁ। ପୀଡିତା ଯେକୌଣସି ସ୍ଥାନକୁ ଯିବାର ସ୍ବାଧୀନତା ପାଇବା ଉଚିତ୍। କୋର୍ଟ କହିଛନ୍ତି ଯେ ପୀଡିତାଙ୍କର ମଧ୍ୟ ଦୁଇଟି ସନ୍ତାନ ଅଛନ୍ତି ଏବଂ ସେମାନେ ସେମାନଙ୍କର ମା ଆବଶ୍ୟକ କରନ୍ତି।

ଏହି ଶୁଣାଣି ସମୟରେ ସୁପ୍ରିମକୋର୍ଟଙ୍କ ଆଦେଶକୁ ଦର୍ଶାଇ କୋର୍ଟ କହିଛନ୍ତି ଯେ, ବେଶ୍ୟା କାର୍ଯ୍ୟ କରାଇବା ଏବଂ ଯୌନ କାର୍ଯ୍ୟକୁ ବାଧ୍ୟ କରିବା ଏକ ଅପରାଧ, କିନ୍ତୁ ଯଦି କେହି ନିଜ ଇଚ୍ଛାରେ ଏହି କାମ କରନ୍ତି, ତେବେ ଏହାକୁ ଅପରାଧ ବର୍ଗରେ ରଖାଯାଇପାରିବ ନାହିଁ। ତେବେ ପୋଲିସ ଏହାର ରିପୋର୍ଟରେ କହିଛି ଯେ ଏକ ହୋଟେଲର ମାଲିକ ମହିଳାମାନଙ୍କୁ ବେଶ୍ୟାବୃତି କାର୍ଯ୍ୟରେ ଲିପ୍ତ ରଖିଛନ୍ତି। ଏହା ପରେ ପୋଲିସ ଜଣେ ନକଲି ଗ୍ରାହକ ବୋଲି ଦର୍ଶାଇ ସେଠାରେ ଚଢ଼ାଉ କରିଥିଲେ।

Get real time updates directly on you device, subscribe now.