fbpx

ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଗିରଫ କଲା ପୋଲିସ, ଅଶ୍ଲୀଳ ଫିଲ୍ମ…

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇର କ୍ରାଇମ ବ୍ରାଞ୍ଚ ଗିରଫ କରିଛି । ଅଶ୍ଳୀଳ ଫିଲ୍ମ କରିବା ସହ କିଛି ଆପ୍ ଜରିଆରେ ତାହାକୁ ପବ୍ଲିଶ କରିଥିବା ମାମଲାରେ ତାଙ୍କୁ ଗିରଫ କରାଯାଇଛି । ଚଳିତ ବର୍ଷ ଫେବୃଆରୀରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ତାଙ୍କ ଉପରେ ଅଶ୍ଳୀଳ ଭିଡିଓ ରେକର୍ଡିଂ କରିବା ଓ ତାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଅଭିଯୋଗ ହୋଇଥିଲା । ମେଡିକାଲ ଯାଞ୍ଚ ପରେ କୁନ୍ଦ୍ରାଙ୍କୁ ମଙ୍ଗଳବାର ଦିନ କୋର୍ଟ ଚାଲାଣ କରାଯିବ । ଏକ ହଟସଟ୍ ନାମକ ଆପ ଜରିଆରେ ସେ ଏହି ଅଶ୍ଲୀଳ ଫିଲ୍ମ ରିଲିଜ କରୁଥିବା ଜଣାପଡିଛି ।

ଏହା ପରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା । ପ୍ରାରମ୍ଭିକ ଯାଞ୍ଚରେ ଦୋଷୀ ସାବ୍ୟସ୍ତ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଛି । ପୋଲିସ ନିକଟରେ  ପ୍ରମାଣ ଥିବା ସହ ଏବେ କୁନ୍ଦ୍ରାଙ୍କୁ ପଚରାଉଚରା କରାଯାଉଛି । ଏହି ମାମଲା ପୂର୍ବରୁ କୁନ୍ଦ୍ରାଙ୍କୁ ୪ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ବୟାନ ଆଧାରରେ କୁନ୍ଦ୍ରାଙ୍କ ବିରୋଧରେ ପ୍ରମାଣ ଯୋଗାଡିବା ସହ ଗିରଫ କରିଛି ମୁମ୍ବାଇ ପୋଲିସ । ପୋଲିସ ଯାଞ୍ଚରୁ ଜଣାପଡିଛି ଯେ, କୁନ୍ଦ୍ରା ହିଁ ମୁଖ୍ୟ ଅଭିଯୁକ୍ତ ଓ ସେ ହିଁ ଏପରି ଷଡ଼ଯନ୍ତ୍ର ରଚିଥିଲେ । ଏହା ସହ ରାଜ କୁନ୍ଦ୍ରାଙ୍କ ନାମରେ ଆଉ ଏକ ବିବାଦ ମଧ୍ୟ ଯୋଡି ହୋଇଛି । ତେବେ ଏହି ବିବାଦ ସହିତ ତାଙ୍କର ଏକ ପୁରୁଣା ସମ୍ପର୍କ ଅଛି । ଏପରିକି ବେଟିଂ କାରଣରୁ ତାଙ୍କୁ ଆଇପିଏଲରୁ ଆଜୀବନ ବ୍ୟାନ୍ କରାଯାଇଛି ।

ଜଣାପଡିଛି ଯେ, ୨୦୦୯ ରେ ରାଜ କୁନ୍ଦ୍ରା ଏବଂ ଶିଳ୍ପା ଶେଟ୍ଟୀ ମରିସସ୍ କମ୍ପାନୀ ସହାୟତାରେ ରାଜସ୍ଥାନ ରୟାଲ୍ସର ମାଲିକ ହୋଇଥିଲେ । ଏହି ଦଳ ଆଇପିଏଲର ପ୍ରଥମ ଟାଇଟଲ୍ ମଧ୍ୟ ନିଜ ନାଁରେ କରିଥିଲା । କିନ୍ତୁ ଜୁନ୍ ୨୦୧୩ ରେ ବେଟିଂ ଅଭିଯୋଗରେ କୁନ୍ଦ୍ରାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା, ଫଳରେ ଟିମ୍ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲା । ସ୍ପଟ୍ ଫିକ୍ସିଂ ମାମଲାରେ ତାଙ୍କ ନାଁ ଚର୍ଚ୍ଚାକୁ ଆସିଥିଲା । ଏହି ମାମଲାରେ ରାଜସ୍ଥାନ ରୟାଲ୍ସର କିଛି ଖେଳାଳିଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଦ୍ରୁତ ବୋଲର ଏସ ଶ୍ରୀସନ୍ତ, ଅଙ୍କିତ ଓ ଅଜିତ ଚାନ୍ଦେଲା ମଧ୍ୟ ପୋଲିସ ଦ୍ୱାରା ଧରାପଡିଥିଲେ ।

Get real time updates directly on you device, subscribe now.