fbpx

ମୁମ୍ବାଇ ହେଉଛି ଦେଶର କୋଟିପତିଙ୍କ ଘର: ମୁମ୍ବାଇରେ ରହୁଛନ୍ତି ୬୬ କୋଟିପତି, ଜାଣନ୍ତୁ ଅନ୍ୟ ସହରର ତାଲିକା

ନୁଆଦିଲ୍ଲୀ: ଭାରତରେ ରହୁଥିବା କୋଟିପତି ମାନଙ୍କର ପସନ୍ଦର ସ୍ଥାନ ହେଉଛି ଦେଶର ଅର୍ଥିକ ରାଜଧାନୀ ମୁମ୍ବାଇ । ୨୦୨୩ ହୁରୁନ୍ ଗ୍ଲୋବାଲ୍ ରିଚ୍ ତାଲିକା ଅନୁଯାୟୀ, ଭାରତରେ ୧୮୭ କୋଟିପତି ଏବଂ ୧୬ ଜଣ ନବାଗତଙ୍କ ସହ ଭାରତ ବିଶ୍ୱର ତୃତୀୟ ବୃହତ୍ତମ କୋଟିପତି ଥିବା ଦେଶ ହୋଇ ରହିଛି । ବିଶେଷ କଥା ହେଉଛି ମୁମ୍ବାଇ ହେଉଛି ଦେଶର ଏକମାତ୍ର ସହର, ଯେଉଁଠାରେ ଦେଶର ପ୍ରାୟ ଏକ ତୃତୀୟାଂଶ କୋଟିପତି ମୁମ୍ବାଇରେ ରୁହନ୍ତି । ଯଦି ଏହାକୁ କୋଟିପତିଙ୍କ ଘର କୁହାଯିବ, ତେବେ ଏହା ଭୁଲ୍ ହେବ ନାହିଁ ।

ଏହାର କାରଣ ହେଉଛି ମୁମ୍ବାଇରେ ରହୁଥବା କୋଟିପତିଙ୍କ ସଂଖ୍ୟା ବାଙ୍ଗାଲୋରରେ ରହୁଥିବା କୋଟିପତିଙ୍କ ତୁଳନାରେ ତିନି ଗୁଣ ଅଧିକ । ଏଥିସହିତ ଦିଲ୍ଲୀ ତୁଳନାରେ ଏହା ଦ୍ୱିଗୁଣଠାରୁ ଟିକେ କମ୍ ଅଟେ । ତେବେ ଆସନ୍ତୁ ଜାଣିବା ୨୦୨୩ ହୁରୁନ୍ ଗ୍ଲୋବାଲ୍ ରିଚ୍ ତାଲିକା ଅନୁଯାୟୀ ଭାରତର କେଉଁ ସହରରେ କେତେ କୋଟିପତି ବାସ କରନ୍ତି ।

ସର୍ବପ୍ରଥମେ, ଯଦି ଆମେ ମୁମ୍ବାଇ କହିବା, ଏଠାରେ ୬୬ ଜଣ କୋଟିପତି ରହୁଛନ୍ତି । ଯାହା ଦେଶର ମୋଟ କୋଟିପତିଙ୍କ ମଧ୍ୟରୁ ଏକ ତୃତୀୟାଂଶ । ଏହା ପରେ ଏହି ସଂଖ୍ୟା ଦେଶର ରାଜଧାନୀ ଦିଲ୍ଲୀର ଅଟେ । ଦେଶର ୩୯ କୋଟିପତି ଏଠାରେ ରୁହନ୍ତି । ତା’ପରେ ଆସିବା ବାଙ୍ଗାଲୋରର ନମ୍ବର । ଏଠାରେ ଦେଶର ୨୧ କୋଟିପତି ବାସ କରନ୍ତି । ବର୍ତ୍ତମାନ ଦେଶରେ ୧୮୭ ବିଲିୟନେୟାର ଅଛନ୍ତି, ସେଥିମଧ୍ୟରୁ ୧୨୬ ବିଲିୟନେୟାର କେବଳ ଏହି ତିନୋଟି ସହରରେ ରୁହନ୍ତି । ଅବଶିଷ୍ଟ ୬୧ ବିଲିୟନେୟାର ଦେଶର ଅନ୍ୟ ରାଜ୍ୟ ତଥା ସହରରେ ରୁହନ୍ତି ।

ରିପୋର୍ଟ ଅନୁଯାୟୀ, ସ୍ୱାସ୍ଥ୍ୟ ସେବା କ୍ଷେତ୍ର ସର୍ବାଧିକ ସଂଖ୍ୟକ କୋଟିପତି ରହିଛନ୍ତିି, ତା’ପରେ ଉପଭୋକ୍ତା ସାମଗ୍ରୀ କ୍ଷେତ୍ର ରହିଛି । ୨୭ ବିଲିୟନ ଡଲାରର ସମ୍ପତ୍ତି ସହିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସାଇରସ୍ ପୁନାୱାଲା ହେଉଛି ବିଶ୍ୱର ସବୁଠାରୁ ଧନୀ ସ୍ୱାସ୍ଥ୍ୟସେବା କ୍ଷେତ୍ରରୁ ଆସୁଥବା କୋଟିପତି, ସେହିପରି ଦିଲୀପ ଶାଙ୍ଗଭି ଏବଂ ସନ୍ ଫାର୍ମାସ୍ୟୁଟିକାଲ୍ ଇଣ୍ଡଷ୍ଟ୍ରିଜ୍ ପରିବାର ପ୍ରାୟ ୧୭ ବିଲିୟନ ଡଲାର୍ ସମ୍ପତ୍ତି ସହିତ ତାଙ୍କ ପଛକୁ ଅଛନ୍ତି ।

ଏହି ସମୟରେ, ବାଇଜୁସ ସହ-ପ୍ରତିଷ୍ଠାତା ତଥା ସିଇଓ ବିଜୁ ରାଭେନ୍ଦ୍ରନ୍ ଶିକ୍ଷା କ୍ଷେତ୍ରରୁ ବିଶ୍ୱର ଦ୍ୱିତୀୟ ଧନୀ ବ୍ୟବସାୟୀ ହୋଇପାରିଛନ୍ତି । ରିପୋର୍ଟ ଅନୁଯାୟୀ, ବିଜୁ ରାଭେନ୍ଦ୍ରନ୍ ଏବଂ ତାଙ୍କ ପରିବାର ଭାରତୀୟ ବିଲିୟନେୟାରଙ୍କ ତାଲିକାରେ ୯୯୪ ସ୍ଥାନ ପାଇଛନ୍ତି, ଗତ ତିନିବର୍ଷ ମଧ୍ୟରେ ୧,୦୦୫ ସ୍ଥାନ ବଢି ୩.୩ ବିଲିୟନ ଡ଼ଲାରର ସମ୍ପତ୍ତି ସଂଗ୍ରହ କରିଛନ୍ତି । ଭାରତ ମଧ୍ୟ ବିଶ୍ୱର ସବୁଠାରୁ ଧନୀ ବିମାନ ବିଲିୟନେୟାରଙ୍କ ଘର ଅଟେ । ନିଟ୍ ମୂଲ୍ୟ ଯଥାକ୍ରମେ ୩.୬ ବିଲିୟନ ଡ଼ଲାର୍ ଏବଂ ୩.୩ ବିଲିୟନ ଡ଼ଲାର୍ ଥିବାବେଳେ ରାକେଶ ଗାଙ୍ଗୱାଲ ଏବଂ ରାହୁଲ ଭାଟିଆ ଏବଂ ଇଣ୍ଡିଗୋ ଏୟାରଲାଇନ୍ସ ପରିବାର ସବୁଠାରୁ ଧନୀ ବିମାନ ବିଲିୟନେୟାର ଅଟନ୍ତି ।

ଗତ ବର୍ଷ ଠାରୁ ୧୧ ଟି ସ୍ଥାନ ଉପରକୁ ଉଠି, ୨୦୨୩ (ଏକ ବର୍ଷ ମଧ୍ୟରେ)ହୁରୁନ୍ ଗ୍ଲୋବାଲ୍ ରିଚ୍ ତାଲିକାରେ ଗୌତମ ଆଦାନୀ ତୃତୀୟ ଧନୀ ଶକ୍ତି ବ୍ୟବସାୟୀ । ଏହି ସମୟରେ, ମୁକେଶ ଅମ୍ବାନୀ ହେଉଛନ୍ତି ସବୁଠାରୁ ଧନୀ ଟେଲିକମ୍ ବ୍ୟବସାୟ ଉଦ୍ୟୋଗୀ, ଯାହାର ସମ୍ପତ୍ତି ୮୨ ବିଲିୟନ ଡଲାର ଅଟେ ।

ହୁରୁନ୍ ଗ୍ଲୋବାଲ୍ ରିଚ୍ ତାଲିକା ଅନୁଯାୟୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଏଲ୍‌) ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ବିଶ୍ୱର ଶ୍ରେଷ୍ଠ ୧୦ ବିଲିୟନେୟାର ତାଲିକାରେ ଏକମାତ୍ର ଭାରତୀୟ । ୮୨ ବିଲିୟନ ଡଲାରର ସମ୍ପତ୍ତି ସହିତ ୬୬ ବର୍ଷିୟ ମୁକେଶ ଅମ୍ବାନୀ ୬୧ ବର୍ଷିୟ ଗୌତମ ଆଦାନୀଙ୍କୁ ପଛରେ ପକାଇ ଦେଇଛନ୍ତି ।

Get real time updates directly on you device, subscribe now.