fbpx

ଆସନ୍ତା ଏପ୍ରିଲରେ ହେବ ପୌର ଭୋଟ: ଚଳିତ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ଭୋଟର ତାଲିକା ସଂଶୋଧନ ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ରାଜ୍ୟରେ ପଞ୍ଚାୟତ ଭୋଟ ସରି ନଥିବା ବେଳେ ପୌର ଭୋଟ ନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଲାଣି । ଫେବୃଆରୀ ମାସ ୨୮ ତାରିଖ ସୁଦ୍ଧା ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ସମାପ୍ତ ହୋଇଯିବ । ଏହାପରେ ଆସନ୍ତା ଏପ୍ରିଲ ମାସରେ ପୌର ନିର୍ବାଚନ କରାଇବାକୁ ରାଜ୍ୟ ସରକାର ଓ ରାଜ୍ୟ ନିର୍ବାଚନ କମିଶନର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

ଏକ ସୂତ୍ରରୁ ଜଣାପଡ଼ିଛି ଯେ, ଚଳିତ ମାସ ଶେଷ ସୁଦ୍ଧା ପୌରାଞ୍ଚଳରେ ଭୋଟ ତାଲିକା ସଂଶୋଧନ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ଦିନେ ଦୁଇଦିନ ମଧ୍ୟରେ ପୌରାଞ୍ଚଳରେ ବୁଥ୍ ଚୟନ ତାଲିକା ନିର୍ବାଚନ କମିଶନରଙ୍କୁ ଦିଆଯିବ । ଅପରପକ୍ଷେ ମେୟର ଓ ପୌରାଧ୍ୟକ୍ଷ ପଦବୀ ପାଇଁ ନଗର ଉନ୍ନୟନ ବିଭାଗ ଚିଠି ସଂରକ୍ଷଣ ତାଲିକା ପ୍ରକାଶ କରିସାରିଥିବା ବେଳେ ଆସନ୍ତା କାଲି ସୁଦ୍ଧା ଅଭିଯୋଗ ଓ ପ୍ରସ୍ତାବ ଗ୍ରହଣ କରାଯିବ ।

ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନ ନେଇ ପ୍ରସ୍ତୁତି ଚାଲିଛି । ରାଜ୍ୟ ସରକାର ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଦାଖଲ କରିବା ପରେ ବୁଥ୍ ଅନୁସାରେ ଭୋଟର ତାଲିକା ପ୍ରକାଶ କରାଯିବ । ସମସ୍ତ ଜିଲ୍ଲାକୁ ଇଭିଏମ୍ ମେସିନ୍ ଓ ନିର୍ବାଚନ ସାମଗ୍ରୀ ପଠାଯିବ । ସମସ୍ତ ରାଜନୈତିକ ଦଳ ସହ ବୈଠକ, ପ୍ରସ୍ତାବ ଓ ଅଭିଯୋଗକୁ ଆଧାର କରି ପଦକ୍ଷେପ ନିଆଯିବ । ଆଦର୍ଶ ଆଚରଣ ବିଧି ଲାଗୁ ନେଇ ଗାଇଡଲାଇନ୍ ଜାରି କରାଯିବ । କୋଭିଡ୍ ବଢ଼ିଲେ କି କମିଲେ ନିର୍ବାଚନ ଜାରି ରହିବ । ଚଳିତ ଥର ପୌର ନିର୍ବାଚନ ୫ଟି ପର୍ଯ୍ୟାୟରେ କରାଇବା ନେଇ ପ୍ରସ୍ତୁତି ଚାଲିଛି ।

Get real time updates directly on you device, subscribe now.