fbpx

ଏହି ମନ୍ଦିରକୁ ସନ୍ଧ୍ୟା ହେବାପରେ ଯିବାକୁ କାହିଁକି ଡ଼ରନ୍ତି ଲୋକେ, ଜାଣନ୍ତୁ ଏହାର ରୋଚକ କାହାଣୀ

ନୂଆଦିଲ୍ଲୀ: ଭାରତ ହେଉଛି ବିବିଧତାରେ ପରିପୂର୍ଣ୍ଣ ଦେଶ । ଏଠାରେ ଆପଣ ବିଭିନ୍ନ ସ୍ତରରେ ରଙ୍ଗ, ଜାତି, ଧର୍ମ, ଭାଷାର ବିଭିନ୍ନ ଲୋକଙ୍କୁ ପାଇବେ । କିନ୍ତୁ ଯାହା ସମସ୍ତଙ୍କୁ ଏକତ୍ର କରେ , ତାହା ହେଉଛି ଭାରତର ସାଂସ୍କୃତିକ ଐତିହ୍ୟ, ଯାହା ବିବିଧତା ମଧ୍ୟରେ ଏକତାର ବିଶ୍ୱାସ ଉପରେ ଆଧାରିତ । ଏହା ହିଁ ହେଉଛି ବଡ଼ କାରଣ ଯେଉଁଥିପାଇଁ ହିନ୍ଦୁ ମାନେ ଦର୍ଘାକୁ ଯାଆନ୍ତି ଚାଦର୍ ଅର୍ପଣ କରିବାକୁ ଓ ମୁସଲମାନେ ମନ୍ଦିରକୁ ଆସନ୍ତି ଭୋଗ ଚଢ଼ାଇବାପାଇଁ । ଭାରତରେ ଅନେକ ମନ୍ଦିର ଅଛି ଯେଉଁଠାରେ ବିଭିନ୍ନ ଧର୍ମ ଏବଂ ସମ୍ପ୍ରଦାୟର ଲୋକମାନେ ଇଶ୍ବରଙ୍କ ଦର୍ଶନ କରିବାକୁ ଆସିଥାନ୍ତି । ଆପଣ ଜାଣନ୍ତି କି ଆମ ଦେଶରେ ଏପରି ଏକ ମନ୍ଦିର ଅଛି, ଯେଉଁଠାକୁ ଲୋକମାନେ ଯିବାକୁ ଭୟ କରନ୍ତି । ଏହି ମନ୍ଦିରର ନାମ କିରାଡୁ । ଏହାକୁ ନେଇ ଅନେକ ପ୍ରକାରର ବିଶ୍ୱାସ ରହିଛି । ଯେଉଁଥିପାଇଁ ସୂର୍ଯ୍ୟାସ୍ତ ପରେ ଏହି ମନ୍ଦିରର ଆଖପାଖକୁ ବି କେହି ଆସନ୍ତି ନାହିଁ । ତେବେ ଚାଲନ୍ତୁ ଜାଣିବା କିରାଡ଼ୁ ମନ୍ଦିରର ରହସ୍ୟ ।

କିରାଡୁ ମନ୍ଦିରର ରାଜସ୍ଥାନର ବାଡମେର୍ ଜିଲ୍ଲାରେ ଅବସ୍ଥିତ । ଏହାକୁ ନେଇ ଲୋକ ମାନଙ୍କ ମନରେ ଏତେ ପରିମାଣରେ ଭୟ ରହିଛି ଯେ, ଏଠାକୁ କେହି ବି ସନ୍ଧ୍ୟା ସମୟରେ ଆସନ୍ତି ନାହିଁ । ଏମିତିକି କୋଷ କୋଷ ଦୂର ଯାଏଁ କେହି ଗୋଟିଏ ବି ଲୋକ ନଜର ଆସନ୍ତି ନାହିଁ । ରାଜସ୍ଥାନର ଏହି ରହସ୍ୟମୟୀ ମନ୍ଦିରର କଳା ଓ ସ୍ଥାପତ୍ୟ ଭାରତର ଦକ୍ଷିଣୀ ଶୈଳୀରେ ତିଆରି କରାଯାଇଛି ।

ତେବେ ଏହାର ଇତିହାସ ସମ୍ପର୍କରେ କହିବା ତେବେ ଲୋକମାନଙ୍କ ମାନ୍ୟତା ରହିଛି ଯେ, ଅନେକ ବର୍ଷ ତଳେ ଏହି ସ୍ଥାନରେ ଜଣେ ସିଦ୍ଧ ସାଧୁ ନିଜର ଶିଷ୍ୟ ମାନଙ୍କୁ ନେଇ ଏଠାକୁ ଆସିଥିଲେ । ଦିନେ ସାଧୁ ନିଜର ଶିଷ୍ୟଙ୍କୁ ଛାଡ଼ି ଭ୍ରମଣ କରିବା ପାଇଁ କୁଆଡେ ଚାଲିଗଲେ । ଆଉ ଏହି ସମୟରେ ଜଣେ ଶିଷ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା । ତେଣୁ ସେ ଆଖପାଖ ଲୋକଙ୍କୁ ସାହଯ୍ୟ ଭିକ୍ଷା କରିଥିଲା । କିନ୍ତୁ କେହି ବି ସାହାଯ୍ୟ କରିବାକୁ ଆସିଲେ ନାହିଁ ।

ପରେ ଯେତେବେଳେ ଉକ୍ତ ସାଧୁ ଭ୍ରମଣ ସାରି ଫେରିଲେ ଓ ଜାଣିବାକୁ ପାଇଲେ ଯେ, ତାଙ୍କ ଶିଷ୍ୟଙ୍କ ଅସୁବିଧା ସମୟରେ କେହି ବି ସାହାଯ୍ୟ କରିନଥିଲେ । ସେ ଗାଁ ଲୋକମାନଙ୍କୁ ଏକ ଅଭିଶାପ ଦେଇଥିଲେ, ସୂର୍ଯ୍ୟାସ୍ତ ପରେ ଏହି ଗାଁ ଲୋକମାନେ ପଥର ହୋଇଯିବେ । ତେବେ ସ୍ଥାନୀୟ ଲୋକଙ୍କ କହିବା କଥା ଯେ, ଉକ୍ତ ଶିଷ୍ୟଙ୍କ ସହାୟତା କରିବା ପାଇଁ ଜଣେ ମହିଳା ତାଙ୍କ ପାଖକୁ ଯାଇଥିଲେ ।

ଅଭିଶାପ ଦେବା ପୂର୍ବରୁ ସାଧୁ କହିଥିଲେ ଯେ, ସୂର୍ଯ୍ୟାସ୍ତ ହେବା ପୂର୍ବରୁ ଗାଁରୁ ଚାଲିଯାଆନ୍ତୁ ଏବଂ ପଛକୁ ବୁଲି ଦେଖନ୍ତୁ ନାହିଁ । କିନ୍ତୁ ଉକ୍ତ ମହିଳା କଥାକୁ ବିଶ୍ୱାସ ନକରି ପଛକୁ ବୁଲି ପଡ଼ିଥିଲେ ଓ ସେ ପଥର ହୋଇଯାଇଥିଲେ । ତେଣୁ ମନ୍ଦିରର କିଛି ଦୂରରେ ସେହି ମହିଳାଙ୍କ ମୂର୍ତ୍ତି ରହିଛି । ଏହି କାରଣରୁ ସୂର୍ଯ୍ୟାସ୍ତ ପରେ କେହି ବି ଉକ୍ତ ମନ୍ଦିରର ଆଖପାଖକୁ ଯାଆନ୍ତି ନାହିଁ ।

Get real time updates directly on you device, subscribe now.