fbpx

ରହସ୍ୟ ଘେରରେ ସୁମିତ ଓ ତପସ୍ୱିନୀଙ୍କ ରିଲେସନସିପ୍: ଜଣେ ଚାହୁଁଛି ଏକାଠି ରହିବାକୁ, ଆଉ ଜଣେ ଡିଭୋର୍ସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ସମ୍ପର୍କରେ ଆସିଛି ନୂଆ ମୋଡ଼ । କୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରି ଦମ୍ପତି ଏକାଠି ୭ ଦିନ ରହିବା ପରେ ସେମାନଙ୍କ ମଧ୍ୟରେ ଧୀରେଧୀରେ ପ୍ରେମ ସୃଷ୍ଟି ହୋଇଥିବା ନେଇ ବୋଲି ଚାରିଆଡ଼େ ଚର୍ଚ୍ଚା ହେବା ସହ ତପସ୍ୱିନୀଙ୍କ ଓକିଲ ମଧ୍ୟ ମତ ଦେଇଥିଲେ । ଚାରିଆଡ଼େ ୭ ଦିନ ପାଇଁ ଏକାଠି ରହିବା ରାୟ ପ୍ରଦାନ କରିଥିବା ଜଜଙ୍କୁ ପ୍ରଶଂସା କରାଯାଇଥିଲା । ସଭିଙ୍କର ପ୍ରିୟ ଜଟଣି ବିଧାୟକ ସୁର ରାଉତରାୟ ମଧ୍ୟ ଜଜଙ୍କୁ ବହୁତ ତାରିଫ୍ କରିଥିଲେ । ତେବେ ଗତକାଲି ସୁମିତ ହଠାତ୍ ନିଖୋଜ ହେବା ପରେ ପୁଣି ତପସ୍ୱିନୀଙ୍କ ଜୀବନରେ ଅଶ୍ରୁର ନଦୀ ପ୍ରବାହିତ ହୋଇଥିଲା । ତପସ୍ୱିନୀଙ୍କ ଅଭିଯୋଗକୁ ସୁମିତଙ୍କ ଓକିଲ ସୁରେନ୍ଦ୍ର ବେହେରା ଖଣ୍ଡନ କରିବା ସହ ଘରଭଡ଼ା ଖୋଜିବା ପାଇଁ ସୁମିତ ବାଲିସିରା ଯାଇଥିବା ସେ କହିଥିଲେ ।

ତେବେ ଏହି ଦମ୍ପତିଙ୍କ ମୂଳ ଘଟଣାକୁ ପର୍ଯ୍ୟାଲୋଚନା କଲେ କିଛି ରହସ୍ୟ ଥିବା ପରି ମନେହେଉଛି । ଯେଉଁ ସ୍ୱାମୀ-ଶ୍ୱଶୁର ତପସ୍ୱିନୀଙ୍କଠାରୁ ଡିଭୋର୍ସ ନେଇ ଦାବି କରୁଥିଲେ, ସେମାନେ କ’ଣ କୋର୍ଟଙ୍କର ୭ ଦିନିଆ ଅର୍ଡରେ ସମ୍ପୂର୍ଣ୍ଣ ବଦଳିଯିବେ । କୋର୍ଟଙ୍କ ନିଷ୍ପତ୍ତି ମଣିଷର ମନକୁ ବଦଳାଇପାରିବ, ଯଦି ଦୁଇଟି ମଣିଷଙ୍କର ଚିନ୍ତାଧାରା, ଭାବନା, ମନ ଏକ ହୋଇଥିବ । ଏହି ଘଟଣାରେ ଗୋଟିଏ ପଟେ ତପସ୍ୱିନୀ ସ୍ୱାମୀଙ୍କ ସହ ରହିବାକୁ ଚାହୁଁଥିବା ବେଳେ ସୁମିତଙ୍କ ପକ୍ଷରୁ ପ୍ରଥମେ ୭ ଦିନ ସମୟ ମଗାଯାଇଥିଲା । ଏବେ ପୁଣି ବାହାରିଲାଣି ଆଉ ଗୋଟିଏ କେଁ । କୋର୍ଟଙ୍କ ନିଷ୍ପତ୍ତି ଆସିବା ପରେ ସୁମିତ ତାଙ୍କ ସହ ରହିବା ଅନିଚ୍ଛା ପ୍ରକାଶ କରିଥିବା ଅଭିଯୋଗ ମଧ୍ୟ ତପସ୍ୱିନୀ ଆଣିଛନ୍ତି ।

ଯଦି ଦୁଇଜଣଙ୍କ ଭିତରେ ଏତେ ଗମ୍ଭୀର ବୁଝାମଣା ଅଛି, ଭଲ ପାଇବା ଅଛି, ତେବେ କାହିଁକି ତପସ୍ୱିନୀ ସାମାନ୍ୟ କଥାରେ ଭାଙ୍ଗି ପଡ଼ୁଛନ୍ତି । ଅର୍ଥାତ ଏହା ଏକ ସାମାନ୍ୟ କଥା ନୁହେଁ । ଜଣେ ପତିଙ୍କର ସମସ୍ତ ବ୍ୟକ୍ତିଗତ କଥା ଜାଣିବାର ଅଧିକାର ଜଣେ ପତିଙ୍କର ନିଶ୍ଚିତ ଅଛି । କ’ଣ ପାଇଁ ସୁମିତ ଫୋନ୍ ସ୍ୱିଚ୍ ଅଫ୍ କରି, ହସ୍ପିଟାଲରୁ ଛୁଟି ନେଇ ଅନ୍ୟ ଆଡ଼େ ଗୁପ୍ତ ଭାବେ ଚାଲିଗଲେ? ଏହା ଦୁଇଟି ମନକୁ ଯୋଡ଼ିବାର ପ୍ରୟାସ ନୁହେଁ, ବୋଧହୁଏ ଆଉ କିଛି । ହୋଇଥାଇପାରେ ସୁମିତ ଯାହା କରୁଛନ୍ତି ତାହା ତାଙ୍କର ବ୍ୟକ୍ତିଗତ ମାମଲା । ମାତ୍ର ଏନେଇ ଯଦି ସେ ଠିକଭାବେ ନିଜ ପତ୍ନୀଙ୍କୁ ବୁଝାଇ ପାରନ୍ତେ, ଅଯଥାରେ ଏହି ମାମଲା ଗୋଳିଆଘଣ୍ଟା ହୁଅନ୍ତା ନାହିଁ । ତପସ୍ୱିନୀ ଯାହା ଚାହୁଁଛନ୍ତି, ହୁଏତ ସୁମିତ ତାହା ଚାହୁଁ ନଥାଇ ପାରନ୍ତି । ଯଦି ଏଭଳି ସ୍ଥିତି ଜାରି ରହେ, ତେବେ ଆଗକୁ ତପସ୍ୱିନୀଙ୍କ ଜୀବନରେ ଶାନ୍ତି ବଦଳରେ ଖାଲି ଝଟକା ହିଁ ଝଟକା ଯେ ନ ଆସିବ ଏକଥାକୁ ଆଦୌ ଅସ୍ୱୀକାର କରିହେବ ନାହିଁ ।

Get real time updates directly on you device, subscribe now.