fbpx

ନବ ଦାସ ହତ୍ୟା ମାମଲା: କ୍ରାଇମ୍‌ସ୍ପଟ୍‌କୁ ଯିବେ ଜଷ୍ଟିସ ଦାସ, ଆଉ ୪ଦିନ ରିମାଣ୍ଡରେ ଗୋପାଳ

ଭୁବନେଶ୍ୱର:ବହୁ ଚର୍ଚ୍ଚିତ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତା’ର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି। ପାଟଣାଗଡ଼ ଡବଲ ମର୍ଡ ମାମଲାରେ ଅଭିଯୁକ୍ତ ପୁଞ୍ଜିଲାଲ ମେହେର୍ ଠାରୁ ସତ ଜାଣିବା ପାଇଁ ଓଡ଼ିଶାର ପ୍ରଥମ ଥର ବ୍ୟବହାର ହୋଇଥିବା ସ୍ତରୀୟ ସ୍ୱର ବ୍ଲିଶେଷଣ ବା ରେୟାର୍‌ଡ ବଏସ୍ ଆନାଲିସିସ୍‌(ଏଲଏଭି) ପରୀକ୍ଷା ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସ କ୍ଷେତ୍ରରେ ମଧ୍ୟ ଏହି ପରୀକ୍ଷା କରାଯାଇଛି । ଗୋପାଳ ନବ ଦାସଙ୍କୁ ହତ୍ୟା କରିଥିବା କହୁଥିବା ବେଳେ ଏହି ପଦ୍ଧତିରେ ମଧ୍ୟ ପରୀକ୍ଷା କରାଯାଇ ତଦନ୍ତ କରାଯାଉଛି।

ଅନ୍ୟପଟେ ଶନିବାର କ୍ରାଇମ୍‌ବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଏହି ତଦନ୍ତ ପ୍ରକ୍ରିୟାର ତଦାରଖ କରୁଥିବା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସଙ୍କ ବାସଭବନକୁ ଯାଇ ତାଙ୍କୁ ତଦନ୍ତର ଅଗ୍ରଗତି ନେଇ ଅବଗତ କରାଇଥିବା ସୂଚନା ମିଳିଛି। ଏହାପରେ ଜଷ୍ଟିସ ଦାସ କହିଛନ୍ତି ଯେ, ତଦନ୍ତ ପ୍ରକ୍ରିୟା ଠିକ୍‌ ଢ଼ଙ୍ଗରେ ଚାଲିଛି। ଆଶା କରୁଛି ଏହା ନିର୍ଯାସରେ ପହଞ୍ଚିବ। ତେବେ ସେ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବେ ଜଷ୍ଟିସ ଦାସଙ୍କୁ ଭେଟିଲେ ଏଡିଜି ବୋଥ୍ରା ଆଉ ୪ଦିନ ରିମାଣ୍ଡରେ ଗୋପାଳ ଗୋପାଳଙ୍କ ବ୍ରହ୍ମପୁର ଘରେ କ୍ରାଇମ୍‌ବ୍ରାଞ୍ଚର ଛାନ୍‌ଭିନ୍‌ ଗୋପାଳଙ୍କ ଆର୍ଥିକ କାରବାରକୁ ନେଇ ଖୋଳତାଡ ବୋଲି ସ୍ପଷ୍ଟ କରିଥିଲେ।

ତେବେ ସେ କେବେ ଯିବେ ସେ ନେଇ ନିର୍ଦ୍ଦିଷ୍ଟ କିଛି କହି ନଥିଲେ। ଅନ୍ୟପକ୍ଷରେ କ୍ରାଇମ୍‌ବ୍ରାଞ୍ଚର ଏକ ଟିମ୍ ଗୋପାଳଙ୍କ ବ୍ରହ୍ମପୁରସ୍ଥିତ ଶିଳ୍ପାଞ୍ଚଳ ବାସଭବନକୁ ଯାଇ ତାଙ୍କ ପତ୍ନୀ ଓ ପୁତୁରାକୁ ପଚରାଉଚରା କରିଥିବା ସୂଚନା ମିଳିଛି। ଗୋପାଳଙ୍କ ବ୍ୟାଙ୍କ କାରବାର ଓ ସେ ମାନସିକ ରୋଗ ପାଇଁ ଖାଉଥିବା ଔଷଧ ସଂପର୍କରେ ଟିମ୍ ପଚାରିଥିବା ସୂଚନା ମିଳିଛି। ଏଥିପୂର୍ବରୁ କ୍ରାଇମ୍‌ବ୍ରାଞ୍ଚ ତାଙ୍କ ବଡ ଭାଇଙ୍କୁ ମଧ୍ୟ ପଚରାଉଚରା କରି ଛାଡିଥିଲା। ତେବେ ଶନିବାର କ୍ରାଇମବ୍ରାଞ୍ଚ ଗୋପାଳଙ୍କ ଘର ସହ ତାଙ୍କ ପଡୋଶୀଙ୍କ ମଧ୍ୟ ପଚରାଉଚରା କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଗୋପାଳଙ୍କ ରିମାଣ୍ଡ ଅବଧି ଶନିବାର ଶେଷ ହେଉଥିବାବେଳେ ତାଙ୍କୁ ପୁଣି ଥରେ ୪ଦିନ ପାଇଁ ରିମାଣ୍ଡରେ ନେବାକୁ ଝାରସୁଗୁଡା ଜେଏମ୍‌ଏଫ୍‌ସି ଅନୁମତି ପ୍ରଦାନ କରିଛନ୍ତି। ଶନିବାର ଗୋପାଳଙ୍କୁ ଅଦାଲତରେ ହାଜର କରାଯିବା ସହ ୯ଦିନ ପାଇଁ ଆଉ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ଆବେଦନ କରାଯାଇଥିଲା । ତେବେ ଅଦାଲତ ୪ଦିନ ପାଇଁ ଅନୁମତି ପ୍ରଦାନ କରିଛନ୍ତି।

ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚର ଏକ ଟିମ୍‌ଏମ୍‌କେସିଜି ମେଡିକାଲ ଯାଇ ସେଠାରେ ଥିବା ଏସ୍‌ବିଆଇ ଶାଖାରେ ତାଙ୍କ ବ୍ୟାଙ୍କ କାରବାର ନେଇ ଯାଞ୍ଚ କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଶନିବାର ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କୁ ଭେଟି ତଦନ୍ତର ଅଗ୍ରଗତି ନେଇ ଅବଗତ କରାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଝାରସୁଗୁଡ଼ା ଏୟାରପୋର୍ଟ ଥାନା ପାଇଖାନା ଟାଙ୍କିରୁ ମିଳିଥିବା ୨୨ଖଣ୍ଡ ଟୁକୁରା କାଗଜର ହସ୍ତାକ୍ଷର ଯା୍‌ଞ୍ଚ ପାଇ ପଠାଯାଇଛି । ଶୁକ୍ରବାର ମଧ୍ୟ କ୍ରାଇମବ୍ରାଞ୍ଚ ଗୋପାଳ ରହୁଥିବା ସରକାରୀ ବାସଭବନ ସହିତ ଗାନ୍ଧୀଛକ ଫାଣ୍ଠିକୁ ଗୋପାଳକୁ ନେଇ କ୍ରାଇମବ୍ରାଞ୍ଚ ପ୍ରମାଣ ଖୋଜିଥିଲା। ସେଠାର ଗୋପାଳର ଡାଏରୀ ସହ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜ ମଧ୍ୟ ମିଳିଥିଲା।

ତେବେ ଗୋପାଳ ୧ ଲକ୍ଷ ଟଙ୍କା ଦେଇ ଏକ କାର୍ କିଣିଥିବା ମଧ୍ୟ କ୍ରାଇମବ୍ରାଞ୍ଚ ସୁରାକ ପାଇଛି। ବ୍ରଜରାଜନଗର ଗାନ୍ଧୀଛକ ଫାଣ୍ଡିରେ ଏହି କାରଟି ରହିଛି। ଗୋପାଳ ଜଣେ କୋଇଲା ବ୍ୟବସାୟୀ ଅରୁଣ ମୁନ୍ଦ୍ରାଙ୍କଠାରୁ ଏହି କାର୍ କିଣିଥିବା ଜଣାପଡ଼ିଛି। ତେବେ କାର୍‌ ମାଲିକ କହିଛନ୍ତି ଯେ ଗୋପାଳ ବାକିଥିବା ୫୦ ହଜାର ଟଙ୍କା ଦେଇନଥିବାରୁ କାର୍‌ର ମାଲିକାନା ତାଙ୍କ ନାମରେ ହୋଇପାରି ନାହିଁ। ତେବେ ଏହି ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବା ବେଳେ କ୍ରାଇମବ୍ରାଞ୍ଚ ଏହି ହତ୍ୟାକାଣ୍ଡର କେତେଦୂର ରହସ୍ୟ ଭେଦ କରିପାରୁଛି ତାହା ଉପରେ ଏବେ ସମସ୍ତଙ୍କର ନଜର।

 

Get real time updates directly on you device, subscribe now.