fbpx

ଆପୋଲୋରେ ଚାଲିଛି ନବ ଦାସଙ୍କ ଚିକିତ୍ସା; ଜାଣନ୍ତୁ କେଉଁ କେଉଁ ଡାକ୍ତିରୀ ଦଳ ଅଛନ୍ତି ସାମିଲ

ଭୁବନେଶ୍ୱର: ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଆଜି ମଧ୍ୟାନରେ ଜଣେ ପୋଲିସ ଏଏସଆଇ ଗୁଳି ଚାଳନା କରିଛନ୍ତି । ଫଳରେ ଗୁଳିଟି ମନ୍ତ୍ରୀଙ୍କ ଛାତିରେ ବାଜିଥିବା ବେଳେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି । ତେବେ ବର୍ତ୍ତମାନ ମନ୍ତ୍ରୀ ନବ ଦାସଙ୍କୁ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଭର୍ତ୍ତିି କରାଯାଇଛି । ଏଥିସହିତ ତାଙ୍କର ଚିକିତ୍ସା ମଧ୍ୟ ଆରମ୍ଭ ହୋଇଯାଇଛି । ଅନ୍ୟପକ୍ଷେ ମନ୍ତ୍ରୀଙ୍କୁ ଭେଟିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ନେତା ମନ୍ତ୍ରୀ ପହଞ୍ଚିଥିବା ଜଣାପଡିଛି ।

ତେବେ ୫ ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ମନ୍ତ୍ରୀଙ୍କ ଚିକିତ୍ସା କରୁଥିବା ବେଳେ ଏସସିବି ଏବଂ କ୍ୟାପିଟାଲ ହସ୍ପିଟାଲର ଡାକ୍ତର ମଧ୍ୟ ଉପସ୍ଥିତ ଅଛନ୍ତି । ଏଥିସହିତ ସର୍ଜନ , ନ୍ୟୁରୋ ସର୍ଜନ,କାର୍ଡିଓଲୋଜିଷ୍ଟ ମଧ୍ୟ ପ୍ରସ୍ତୁତ ଥିବା ଜଣାପଡିଛି । ତେବେ ନବଦାସଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବା ଝାରସୁଗୁଡା ଏସଡିଏଓ ସୂଚନା ଦେଇଛନ୍ତି । ଅପରପକ୍ଷେ ଗୁଳିକାଣ୍ଡ ହୋଇଥିବା ସ୍ଥାନରେ ସାଇଣ୍ଟଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ କ୍ରାଇବ୍ରଞ୍ଚ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛି ।

Get real time updates directly on you device, subscribe now.