fbpx

ଆଜି ଗୋପାଳ ପାଳି,୪ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର:ମନ୍ତ୍ରୀ ନବଦାସ ଗୁଳିମାଡ ମାମଲାରେ ଆଜି ଠାରୁ ୪ଦିନିଆ ରିମାଣ୍ଡରେ ଯିବ ଗୋପାଳ ଦାସ । ଅଧିକ ପଚରାଉଚୁରା କରିବା ପାଇଁ ଗୋପାଳକୁ ରିମାଣ୍ଡରେ ନିଆଯିବ । ତେବେ ଏହା ସହିତ ଝାରସୁଗୁଡା ବଡମାଳ ଥାନାରେ ଏବେ କ୍ରାଇମବ୍ରାଞ୍ଚ ସହ ଫରେନ୍ସିକ ଟିମ ମଧ୍ୟ ପହଞ୍ଚିଛନ୍ତି । ସେଠାରେ ମନ୍ତ୍ରୀଙ୍କ ଗାଡିର ଯାଞ୍ଚ କରାଯାଉଛି ।

ଗତକାଲି ମନ୍ତ୍ରୀ ନବଦାସଙ୍କୁ ଗୁଳିମାଡ ମାମଲାରେ ଗୋପାଳଙ୍କ ବଡ ଭାଇକୁ କ୍ରାଇମବ୍ରାଞ୍ଚ ଉଠାଇ ନେଇଥିଲା । ଏହାପରେ ଏବେ ଗୋପାଳଙ୍କ ପାଳି । ଏହା ପୂର୍ବରୁ ଗୋପାଳକୁ ଚାକିରିରୁ ବହିଷ୍କାର କରାଯିବା ସହ ଗିରଫ କରାଯାଇଛଥିଲା । ତେବେ କେଉଁ କାରଣରୁ ଗୋପାଳ ଏହି ଭଳି ଘଟଣା ଘଟାଇଛି ତାହାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ । ପୂର୍ବ ଶତ୍ରୃତା କିମ୍ବା କେଉଁ କାରଣ ପାଇଁ ସେ ଏହି ହତ୍ୟାକଣ୍ଡ ଘଟାଇଲେ ତାହା ଉପରେ ତାଙ୍କୁ ଆଜି ପ୍ରଶ୍ନ କରାଯିବ ।

Get real time updates directly on you device, subscribe now.